ଛତୁଆ ପ୍ୟାକେଟରୁ ବାହାରୁଛି ପୋକ : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ

Published By : Prameya-News7 Bureau | June 23, 2019 IST

ଗଂଜାମ  ୨୩/୬: ଶିଶୁ ଓ ଗର୍ଭବତୀଙ୍କ  ପାଇଁ ସରକାର ମାଗଣାରେ ଛତୁଆ ଯୋଗାଉଛନ୍ତି ।ହେଲେ ଏଥିରେ ଦୁର୍ନୀତିର ଗନ୍ଧ । ଛତୁଆ ପ୍ୟାକେଟରୁ ବାହାରୁଛି ପୋକ । ପୁଣି ପ୍ୟାକେଟ୍ ଉପରେ ଛତୁଆ ତିଆରିର ତାରିଖ ବି ରହୁନି ।ଗଂଜାମ ଜିଲ୍ଲାରେ କେମିତି ନିମ୍ନମାନର ଛତୁଆ ବଣ୍ଟାଯାଉଛି ଚାଲନ୍ତୁ ଦେଖିବା ଆମର ଏକ୍ସକ୍ଲୁସିଭ ରିପୋର୍ଟ।

{"id":126158}

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ ।  ଛତୁଆରେ ପୋକ ସାଲୁବାଲୁ ହେଉଛନ୍ତି ।  ଛତୁଆ ପ୍ରସ୍ତୁତ ହେବାର ଏକ ମାସ ମଧ୍ୟରେ ବ୍ୟବହାର କରିବା ନିୟମ ରହିଛି । ହେଲେ ଏ ନିୟମକୁ ମାନୁଛି କିଏ ?  ଛତୁଆ ପ୍ୟାକେଟ୍‌ରେ ଠିକ୍ ଭାବେ ପ୍ରସ୍ତୁତ ତାରିଖ ଲେଖାଯାଉନଥିବା ଅଭିଯୋଗ  ହୋଇଛି । ଦେଖନ୍ତୁ ଏଥିରେ ପ୍ରିଣ୍ଟ୍ ବଦଳରେ ହାତରେ ଲେଖାହୋଇଛି ପ୍ରସ୍ତୁତ ତାରିଖ । ଛତୁଆରେ କି କାରବାର ହେଉଛି ତ ଦେଖିଲେ । ଏବେ ଚାଲନ୍ତୁ ନଜର ପକାଇବା ବାଦାମ୍ ଲଡୁ ଉପରେ। ବାଦାମ୍ ଲଡୁରୁ ମଧ୍ୟ ପୋକ ବାହାରୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାନଖେମୁଣ୍ଡି ଅଞ୍ଚଳରେ।

{"id":126159}

ଏମିତି ଛତୁଆ, ବାଦାମ ଲଡ଼ୁ କୋଉ ଗର୍ଭବତୀ, ଶିଶୁ ଖାଇବେ ? ସବୁ ଛତୁଆ ନେଇ ଗାଈ ମୁହଁରେ ଥୋଇଛନ୍ତି ଲୋକେ  ।  ଏ ନେଇ ୱାର୍ଡ ମେମ୍ବର ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଛତୁଆ ପ୍ରସ୍ତୁତକାରୀ ଠିକାଦାର ସଂସ୍ଥାକୁ ବଦଳ କରାଯାଇ ଅନ୍ୟ କାହାକୁ ଯୋଗାଣ ପାଇଁ ଦାୟିତ୍ବ ନ୍ୟସ୍ତ କରାଯାଉ ବୋଲି ଦାବି ହୋଇଛି  । ସେପଟେ ଘଟଣା ସଂପର୍କରେ ତଦନ୍ତ କରାଯିବ। ତଦନ୍ତ ପରେ ସଂପୃକ୍ତ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ କହିଛନ୍ତି।

{"id":126160}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.