Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବରରୁ ଦିନକରେ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୪ ସୁସ୍ଥ
  • ||
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||

ସାବଧାନ ! ଭଦ୍ରକରେ ବେବିଫୁଡ୍‌ରେ ପୋକ, ଆପଣଙ୍କ କଅଁଳ ଶିଶୁର ବିଗିଡିଯାଇପାରେ ସ୍ବାସ୍ଥ୍ୟ

19/11/2018 at 5:50 PM

ଭଦ୍ରକ ୧୯|୧୧: ଶିଶୁଙ୍କ ଖାଦ୍ୟରେ ପୋକ । ଗୋଟିଏ କି ଦୁଇଟା ନୁହେଁ, ନିର୍ଦ୍ଦିଷ୍ଟ କଂପାନୀର ସବୁ ଶିଶୁ ଖାଦ୍ୟ ପ୍ୟାକେଟରେ ବାହାରୁଛି ପୋକ । ଆଉ ଏହି ଖାଦ୍ୟ ଖାଇ ଦୁଇ ମାସର ଶିଶୁ ପୁତ୍ର ଯନ୍ତ୍ରଣାରେ ଛଟପଟ ହେଉଛି ।

ଏମିତି ଅଭିଯୋଗ ଆସିଛି ଭଦ୍ରକ ସହରର ଚନ୍ଦନ ବଜାରରୁ । ସିମିଲାକ୍ କଂପାନୀର ବେବି ଫୁଡ ଭିତରୁ ବାହାରୁଛି ପୋକ । ଏହି ଶିଶୁ ଖାଦ୍ୟ ଏକ ମାସରୁ ଛଅ ମାସ ଯାଏଁ ଶିଶୁକୁ ଦେବା ପାଇଁ ପ୍ୟାକେଟରେ ଲେଖା ଯାଇଛି । ଭଦ୍ରକର କିର୍ତୀ କୁମାରଙ୍କ ଦୁଇ ମାସର ଶିଶୁ ପୁତ୍ର ଏହି ସିମିଲାକ୍ କଂପାନୀର ଶିଶୁ ଖାଦ୍ୟ ଖାଇ ଗୁରୁତର ହୋଇ ପଡିଛି । ରାତି ତମାମ ଶିଶୁଟି ଶୋଇ ପାରୁ ନାହିଁ ।

ଏପରିକି ଶିଶୁ ରୋଗ ବିଶେଷଜ୍ଞ ମଧ୍ୟ ଜାଣି ପାରୁ ନଥିଲେ- କାହିଁକି ଶିଶୁଟି କାନ୍ଦୁଛି । ହେଲେ ଖାଦ୍ୟ ପ୍ୟାକେଟକୁ ଦେଖିବା ପରେ ସବୁ କଥା ଜଣାପଡିଛି । ସେହି ପ୍ୟାକେଟରୁ ପୋକ ବାହାରିବା ପରେ, ଆଉ ଗୋଟିଏ ପ୍ୟାକେଟ୍ ଅଣା ଗଲା । କିନ୍ତୁ ସେଥିରୁ ମଧ୍ୟ ପୋକ ବାହାରିଲା । ସିମିଲାକ୍ କଂପାନୀ କର୍ତ୍ତୃପକ୍ଷଙ୍କ ଆଗରେ ପ୍ୟାକେଟ୍ ଖୋଲାଗଲା । ପୋକ ବାହାରିବା ଦେଖି ସଂପୃକ୍ତ ଅଧିକାରୀ ବି ତାଜୁବ ହୋଇଗଲେ ।

   Related Posts