Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

୬୦ବର୍ଷର ଇତିହାସ ଛାତିରେ ଚାପି ଶେଷଯାତ୍ରାରେ ବାହାରିଗଲା ‘ବିରାଟ’

19/09/2020 at 10:33 PM

ମୁମ୍ବାଇ ୧୯।୯: ଦୀର୍ଘ ୩୦ ବର୍ଷକାଳ ଭାରତର ଗୌରବ ଭାବେ ସମୁଦ୍ର ସୀମା ପହରା ଦେଉଥିବା ବିଶାଳ ବିମାନ ବାହକ ଯୁଦ୍ଧପୋତ ଆଇଏନଏସ୍ ବିରାଟ ଶନିବାର ସମୁଦ୍ରରେ ତାର ଶେଷ ଯାତ୍ରା କରିଛି। ବିରାଟକୁ ମୁମ୍ବାଇ ହାର୍ବରରୁ ଗୁଜୁରାଟର ଅଲଙ୍ଗ ସିପ୍‌ ବ୍ରେକର ୟାର୍ଡକୁ ନିଆଯାଇଛି। ଏହି ବିଶାଳ ଯୁଦ୍ଧପୋତକୁ ଶ୍ରୀରାମ ନାମକ ଏକ କମ୍ପାନୀ ୩୮କୋଟି ୫୪ ଲକ୍ଷ ଟଙ୍କାରେ କିଣିଛି। ଅଲଙ୍ଗରେ ଯୁଦ୍ଧତରୀକୁ ଭଙ୍ଗା ଯିବା ପରେ ଏହାକୁ କବାଡିବାଲାଙ୍କୁ ବିକି ଦିଆଯିବ।

ତେବେ ବିରାଟକୁ ଏଭଳି ପରିସ୍ଥିତିରୁ ରକ୍ଷା କରାଯାଇ ପାରିଥାନ୍ତା। ଭାରତର ଗୌରବମୟ ସୈନ୍ୟ ଇତିହାସ ସହ ସମ୍ପୃକ୍ତ ଏହି ବ୍ରିଟିଶ ଯୁଦ୍ଧତରୀକୁ ଆନ୍ଧ୍ରପ୍ରଦେଶ ଓ ମହରାଷ୍ଟ୍ର ସରକାର ସମୁଦ୍ର ସଂଗ୍ରହାଳୟ କରିବାକୁ ଚାହୁଁଥିଲେ। ହେଲେ ଏହା ସମ୍ଭବ ହୋଇନଥିଲା। ତେବେ କେବଳ ଭାରତୀୟ ନୌସେନା ନୁହେଁ ବ୍ରିଟିଶ ରୟାଲ ନେଭି ସହ ଦୀର୍ଘ ୬୦ ବର୍ଷର ଇତିହାସ ସାଙ୍ଗରେ ନେଇ ଚାଲିଯାଇଛି ବିରାଟ।

ଗ୍ରାଣ୍ଡ ଓଲ୍ଡ ଲେଡି
ଭାରତୀୟ ନୌସେନାରେ ଆଇଏନଏସ ବିରାଟ  ‘ଗ୍ରାଣ୍ଡ ଓଲ୍ଡ ଲେଡି’ ନାମରେ ପରିଚିତ ଥିଲା। ୬ ମାର୍ଚ୍ଚ ୨୦୧୭ରେ ଯୁଦ୍ଧତରୀକୁ ନୌସେନାରୁ ଅବସର ପ୍ରଦାନ କରାଯିବା ପରେ ଏହାର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲା। କେତେବେଳେ ଏହାକୁ ମେରିଟାଇମ ମ୍ୟୁଜିୟମ କରାଯିବ କୁହାଯାଉଥିଲା ତ ଆଉ କେତେବେଳେ ଆନ୍ଧ୍ରପ୍ରଦେଶ ସରକାର କିଣିବେ ବୋଲି ଶୁଣାଯାଉଥିଲା। ହେଲେ ଶେଷରେ ଏହାକୁ ଭାଙ୍ଗିବାଲାଗି ଅଲଙ୍ଗ ପଠାଇ ଦିଆଗଲା।

ବିକ୍ରାନ୍ତର ଶୂନ୍ୟସ୍ଥାନ ପୁରଣ କରିଥିଲା
ଏହି ଯୁଦ୍ଧପୋତ ୧୯୫୯ ମସିହାରେ ବ୍ରିଟିଶ ରୟାଲ ନେଭିରେ ସାମିଲ ହୋଇଥିଲା। ଏହାର ପ୍ରଥମ ନାମ ଏଚଏମଏସ ହର୍ମିସ ଥିଲା। ୧୯୮୬ ମସିହାରେ ଭାରତୀୟ ନୌସେନା ବିଭିନ୍ନ ଦେଶର ଯୁଦ୍ଧପୋତ ସମୀକ୍ଷା କରିବା ପରେ ଏହାକୁ ବ୍ରିଟିସ ନୌସେନାରୁ କିଣିବା ଲାଗି ନିଷ୍ପତ୍ତି ନେଇଥିଲା। ୧୨ ମେ ୧୯୮୭ ମସିହାରେ ଏହି ଯୁଦ୍ଧ ଜାହାଜ  ଭାରତୀୟ ନୌସେନାରେ ଅଧିକାରୀକ ଭାବେ ସାମିଲ ହୋଇଥିଲା। ନୌସେନାରେ ବିରାଟ ସାମିଲ ହେବା ପରେ ପୂର୍ବରୁ ଥିବା ବିମାନ ବାହକ ପୋତ ଆଇଏନଏସ୍ ବିକ୍ରାନ୍ତକୁ ୧୯୯୭ ମସିହାରେ ସେବାମୁକ୍ତ କରିଦିଆଯାଇଥିଲା। ସେବେଠାରୁ ବିରାଟ ନୌସେନାରେ ବିକ୍ରାନ୍ତର ଶୂନ୍ୟସ୍ଥାନ ପୂରଣ କରିଆସୁଥିଲା।

ଯେମିତି ନାଁ ସେମିତି କାମ
ବିରାଟ କେବଳ ନାମରେ ନଥିଲା । ୭୪୩ ଫୁଟ ଦୀର୍ଘ ଏହି ବିମାନବାହୀ ପୋତ ୧୬୦ଫୁଟ ଚୌଡା ଥିଲା। ସମୁଦ୍ରରେ ଘଣ୍ଟାପ୍ରତି ୫୨ମାଇଲ ବେଗରେ ଚାଲିପାରୁଥିବା ଏହି ଯୁଦ୍ଧପୋତ ଶତ୍ରୁର ଛାତି ଥରାଉଥିଲା। ବିରାଟ ଥରେ ସମୁଦ୍ରକୁ ଗଲେ ସାଙ୍ଗରେ ୩ ମାସର ରାସନ ନେଇ ଯାଉଥିଲା। ଜାହାଜରେ ୨୫୦ ଜଣ ଅଫିସର, ୧୫ଶହ ନାବିକ ସ୍ୱାଚ୍ଛନ୍ଦ୍ୟରେ କାର୍ଯ୍ୟ କରୁଥିଲେ। ଏଥିରେ ଲାଇବ୍ରେରୀ, ଜିମ୍, ଏଟିଏମ୍, ଟିଭି ଓ ଭିଡିଓ ଷ୍ଟୁଡିଓ ସମେତ ହସ୍ପିଟାଲ, ଡେଣ୍ଟାଲ କ୍ଲିନିକସେଣ୍ଟର ସାଙ୍ଗକୁ ସମୁଦ୍ରପାଣିକୁ ମଧୁର କରିବା ଲାଗି ଡିଷ୍ଟିଲେସନ ପ୍ଲାଣ୍ଟ ମଧ୍ୟ ଥିଲା।

ପ୍ରଥମେ ଅପରେସନ ଜୁପିଟରରେ ସାମିଲ ହୋଇଥିଲା
୧୯୮୭ ମସିହାରେ ଭାରତୀୟ ନୌସେନାରେ ସାମିଲ ହେବା ପରେ ଶ୍ରୀଲଙ୍କାରେ ପ୍ରଥମ ସୈନ୍ୟ ଅପରେସନ ଜୁପିଟରରେ ବିରାଟ ସାମିଲ ହୋଇଥିଲା। ଭାରତରୁ ଶାନ୍ତି ସୈନ୍ୟ ନେଇ ଶ୍ରୀଲଙ୍କା ଯାଇଥିଲା ବିରାଟ। ୨୦୦୧ ମସିହାରେ ସଂସଦ ଆକ୍ରମଣ ଘଟଣାରେ ଭାରତୀୟ ସେନା ହାତକୁ ନେଇଥିବା ଅପରେସନ ପରାକ୍ରମରେ ମଧ୍ୟ ବିରାଟ ସାମିଲ ହୋଇଥିଲା। ଏହି ଯୁଦ୍ଧପୋତରେ ଏକକାଳୀନ ୩୦ ଯୁଦ୍ଧ ବିମାନ ଓ ହେଲିକପ୍ଟର ମୁତୟନ ହୋଇପାରୁଥିଲେ। ବିରାଟ ଉପରୁ ଅନେକ ଯୁଦ୍ଧବିମାନ ୨୨ ହଜାର ୩୪ ଘଣ୍ଟା ଉଡାଣ କରିଥିବାର ରେକର୍ଡ ରହିଛି। ସେହିପରି ସମୁଦ୍ରରେ ୨ହଜାର ୨୫୦ ଦିନ ଓ ୧୦ଲକ୍ଷ ୯୪ ହଜାର୨୧୫ କିଲୋମିଟର ପଥ ଅତିକ୍ରମ କରିଛି ବିରାଟ।

   Related Posts