ଚୀନ୍–ପାକିସ୍ତାନର ସମରାଭ୍ୟାସ ଭାରତର ନଜର , ଆରବ ସାଗରକୁ ଗଲା INS ବିକ୍ରମାଦିତ୍ୟ

Published By : Prameya-News7 Bureau | January 10, 2020 IST

ନୂଆଦିଲ୍ଲୀ ୧୦।୧:  ଭାରତ ବିମାନବାହୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରମାଦିତ୍ୟକୁ ଆରବ ସାଗରରେ ମୁତୟନ କରିଛି । ଏଠାରେ ଚୀନ୍‌ ଓ ପାକିସ୍ତାନ ୯ଦିନିଆ ସମରଭ୍ୟାସ କରିବାକୁ ଥିବା ବେଳେ ଭାରତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରୁ ସମରାଭ୍ୟାସ ସମୟରେ ପଡୋଶୀ ସତର୍କ ରହିବେ ବୋଲି ଭାରତ ଆଶାପୋଷଣ କରିଛି।

{"id":209583,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ସୋମବାର ଠାରୁ ଚୀନ୍‌ ଓ ପାକିସ୍ତାନ ମଧ୍ୟରେ ୯ଦିନିଆ ସମରଭ୍ୟାସ ଆରବ ସାଗରରେ ଆରମ୍ଭ ହୋଇଛି । ଯଦିଓ ଏଥିରୁ ଭାରତ ପ୍ରତି ସେଭଳି କୌଣସି ବିପଦର ଆଶଙ୍କା କରାଯାଉନି ତେବେ ସତର୍କତା ସ୍ୱରୂପ ଭାରତ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସମୟରେ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ରାସ୍ତାରେ ଭାରତକୁ ଅନୁପ୍ରବେଶ ଉଦ୍ୟମ କରିଥାନ୍ତି। ଏଣୁ ସମରାଭ୍ୟାସ ଆଳରେ ସମୁଦ୍ର ରାସ୍ତାରେ ପାକିସ୍ତାନ ଆତଙ୍କାବଦୀ ଅନୁପ୍ରବେଶ କରାଇବାର ସମ୍ଭାବନା ଥିବାରୁ ଭାରତ ଯୁଦ୍ଧତରୀ ମୁତୟନ କରିଛି।

{"id":209584,"sizeSlug":"large"}

ପାକିସ୍ତାନ ଓ ଚୀନ ନୌସେନାର ସମରଭ୍ୟାସ ସୋମବାର ଦିନ ଉତ୍ତର ଆବର ସାଗରରେ ଆରମ୍ଭ ହୋଇଛି । ଏହାଦ୍ୱାରା ଦୁଇଦେଶଙ୍କ ମଧ୍ୟରେ ସାମରିକ ସହଯୋଗ ବଢାଇବାକୁ ଉଦ୍ୟମ କରୁଛନ୍ତି । ତେବେ ସୂଚନାନୁସାରେ ବିମାନବାହୀ ପୋତ ବିକ୍ରମାଦିତ୍ୟକୁ ସେନା ମିଶନରେ ମୁତୟନ କରାଯାଇଛି । ନୌସେନାର ବରିଷ୍ଠ ଅଧିକାରୀ ବିକ୍ରମାଦିତ୍ୟରେ ଗସ୍ତ କରିଛନ୍ତି।

{"id":209585,"width":569,"height":331,"sizeSlug":"large"}

କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଛି । କିନ୍ତୁ ଠିକ୍‌ ଏହି ସମୟରେ ସି ଗର୍ଜିଆନର ଅଭ୍ୟାସ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତ INS ବିକ୍ରମାଦିତ୍ୟକୁ ଆରବ ସାଗରକୁ ପଠାଇଛି । ବିକ୍ରମାଦିତ୍ୟ ଜାହାଜ ଉପରେ ମିଗ୍‌-୨୯ ଯୁଦ୍ଧ ଜାହାଜ ମୁତୟନ ରହିଛି । ନୌସେନାର ଉପ-ପ୍ରମୁଖ ଏମ.ଏସ ପାୱାର ଆରବ ସାଗରରେ INS ବିକ୍ରମାଦିତ୍ୟ ପରିଚାଳନାର ସମୀକ୍ଷା କରିଛନ୍ତି ।  ଚୀନ୍‌ ପାକିସ୍ତାନର ଗ୍ୱାଦ୍ଦର ବନ୍ଦରର ବିକାଶ ଲାଗି ଏହି ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରୁଛି। INS ବିକ୍ରମାଦିତ୍ୟକୁ ନଭେମ୍ବର ୨୦୧୩ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.