Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ମୋଦୀଙ୍କୁ ପରାମର୍ଶ ଦେଇ ଅଡୁଆରେ ସୋନିଆ ଗାନ୍ଧୀ, ଏବେ ଗଣମାଧ୍ୟମର ଟାର୍ଗେଟରେ କଂଗ୍ରେସ ଅଧ୍ୟକ୍ଷା

11/04/2020 at 10:24 AM

ନୂଆଦିଲ୍ଲୀ, ୧୧|୦୪:  ଦେଶ ଏବେ କରୋନା ଭାଇରସ ମହାମାରୀର ମୁକାବିଲା କରୁଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ନେତାଙ୍କ ପରାମର୍ଶ ମଧ୍ୟ ନେଉଛନ୍ତି । ଗତ କିଛିଦିନ ତଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମୋଦୀ ଟେଲିଫୋନରେ ଆଲୋଚନା କରିଥିଲେ । ଏହାସହ କରୋନା ମୁକାବିଲା ପାଇଁ ମୋଦୀ ପରାମର୍ଶ ମଧ୍ୟ ଚାହିଁଥିଲେ ।

ତେବେ ସୋନିଆ ଗାନ୍ଧୀ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ନେଇ ଅନେକ ରାଜନୈତିକ ଦଳ ଓ ଗଣମାଧ୍ୟମ ସମାଲୋଚନା କରିଛନ୍ତି । ସୋନିଆ ମୋଦୀଙ୍କୁ ଲେଖିଥିବା ପତ୍ରରେ ଖର୍ଚ୍ଚ ହ୍ରାସ ବାବଦରେ ପରାମର୍ଶ ଦେଇ ମିଡିଆରେ ୨ ବର୍ଷ ଯାଏଁ ବିଜ୍ଞାପନ ଉପରେ ରୋକ ଲଗାଯାଉ ବୋଲି କହିଥିଲେ । ଏହାକୁ ଭାରତୀୟ କବରକାଗଜ ସୋସାଇଟୀ ବା ଆଇଏନଏସ ନିନ୍ଦା କରିଛି ।

ଆଇଏନଏସ କହିଛି ଯେ, ସୋନିଆଙ୍କ ଏହି ପ୍ରସ୍ତାବ ଆର୍ଥିକ ସେନସରସିପ୍ ଭଳି ଅଟେ । ଗଣମାଧ୍ୟମର ସ୍ୱତନ୍ତ୍ରତାକୁ ନେଇ ଦେଇଥିବା ପରାମର୍ଶ କଂଗ୍ରେସ ଅଧ୍ୟକ୍ଷା ଫେରସ୍ତ ନିଅନ୍ତୁ ବୋଲି ଆଇଏନଏସ କହିଛି । ସରକାରୀ ଖର୍ଚ୍ଚ ଅନୁସାରେ ଏହା ବହୁତ ଅଳ୍ପ ରାଶି ଅଟେ । କିନ୍ତୁ ଏହା ଖବର କାଗଜ ଉଦ୍ୟୋଗ ପାଇଁ ଏକ ବଡ ରାଶି । ଏହାକୁ ନେଇ ବିଭିନ୍ନ ସଂସ୍ଥା ଚାଲିଥାନ୍ତି । ମୁଦ୍ରିତ ଗଣମାଧ୍ୟମର କର୍ମଚାରୀଙ୍କୁ କେତେ ଦରମା ଦିଆଯାଏ ତାହା ଉପରେ ସରକାର ନିଷ୍ପତ୍ତି ନେଇଥାନ୍ତି । ଏହି ଉଦ୍ୟୋଗ ପ୍ରତି ସରକାରଙ୍କ ଏକ ଦାୟିତ୍ୱ ରହିଛି ।

ଝାଡଖଣ୍ଡ ବିଜେପି ତରଫରୁ କୁହାଯାଇଛି ଯେ, ସୋନିଆଙ୍କ ପରାମର୍ସ ଜରୁରୀକାଳୀନ ସ୍ଥିତିକୁ ଦର୍ଶାଉଛି । ଗୋଟିଏ ପରେ ଏହି ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ସୋନିଆ ଗଣମାଧ୍ୟମକୁ ଶେଷ କରିବା ପାଇଁ ଲାଗିଛନ୍ତି । ପୂର୍ବରୁ ଗଣମାଧ୍ୟମ ଜରୁରୀକାଳୀନ ସ୍ଥିତିରେ କଂଗ୍ରେସର ଅସଲ ଚେହେରା ପଦାରେ ପକାଇଥିଲା ।

   Related Posts