Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

INS ଶିବାଜୀର ୧୨ ନୌସେନା ଟ୍ରେନି କରୋନା ପଜିଟିଭ୍ : ଟ୍ରେନିଂ ପରେ ଆଇସୋଲେସନ୍ ୱାର୍ଡରେ ଥିଲେ ସମସ୍ତେ

24/06/2020 at 11:43 AM

ନୂଆଦିଲ୍ଲୀ ୨୪/୦୬ :  ଭାରତୀୟ ନୌସେନାର ଅଗ୍ରଣୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ମଧ୍ୟରୁ ଲୋନାବଲାର INS ଶିବାଜୀର ୧୨ ନୌସେନା ଟ୍ରେନି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ନୌସେନା ଷ୍ଟେସନ ତରଫରୁ ମଙ୍ଗଳବାର ଦିନ ଏଜ ପ୍ରେସ ରିଲିଜରେ କୁହାଯାଇଛି ଯେ କୋଭିଡ-୧୯ ର ପ୍ରଥମ ମାମଲା ଜୁନ ୧୮ ତାରିଖରେ ସାମ୍ନାକୁ ଆସିଥିଲା | ଜୁନ ପ୍ରଥମ ସପ୍ତାହରେ ଫେରିଥିବା ଏହି ପ୍ରସିକ୍ଷୁ ନୌସେନାଙ୍କୁ ପ୍ରତିଷ୍ଠାନରେ ତିଆରି ହୋଇଥିବା ଆଇସୋଲେସନ ୱାର୍ଡରେ ୧୪ ଦିନ ପାଇଁ ରଖାଯାଇଥିଲା | 

ଏହି ଅବଧି ମଧ୍ୟରେ ଜଣଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହୋଇଥିଲା | ଜୁନ ୧୮ ତାରିଖରେ ସେ କରୋନା ସଂକ୍ରମଣର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା | ଏହାପରେ ଐସୋଲେସନ ୱାର୍ଡରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସୈନିକଙ୍କୁ ଯାଞ୍ଚ କରାଯାଇଥିଲା | ସେମାନଙ୍କ ମଧ୍ୟରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତେବେ ସଂକ୍ରମଣ ଆଇସୋଲେସନ ୱାର୍ଡ ପର୍ଯ୍ୟନ୍ତ ସୀମିତ ଥିବା ଯୋଗୁଁ ପ୍ରତିଷ୍ଠାନର ଅନ୍ୟ ଭାଗକୁ କିମ୍ବା ଅନ୍ୟ ଲୋକଙ୍କୁ ସଂକ୍ରମଣ ହୋଇନଥିବା ଆଶଙ୍କା କରାଯାଉଛି | ତେବେ ସଂକ୍ରମଣକୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରେସ ରିଲିଜରେ କୁହାଯାଇଛି |

   Related Posts