Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ଚୀନ କ୍ବିଙ୍ଗଦାଓରେ ଆଇଏନଏସ କୋଲକାତା, ଆମନ୍ତ୍ରିତ ହୋଇନି ପାକ୍

21/04/2019 at 6:59 PM

ବେଜିଂ ୨୧।୪: ଚୀନ ବନ୍ଦର ନଗରୀ କ୍ବିଙ୍ଗଦାଓରେ ପହଞ୍ଚିଲା ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନଏସ୍ କୋଲକାତା। ପିପୁଲସ ରିଭଲ୍ୟୁସନ ଆର୍ମି ନେଭି (ପ୍ଲାନ)ସ୍ଥାପନାକୁ ପୁରିଛି  ୭୦ ବର୍ଷ । ଏହି ଅବସରରେ ମଙ୍ଗଳବାର ୟୋଲୋ ସିରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ନୌଭେଳା ପ୍ରଦର୍ଶନୀ (ଆଇଏଫଆର)। ଏଥିରେ ଯୋଗଦେବାକୁ ଭାରତୀୟ ଯୁଦ୍ଧପୋତ ଆମନ୍ତ୍ରିତ ହୋଇଛନ୍ତି ଚୀନ। କେବଳ ଭାରତ ନୁହେଁ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ନୌସେନା ମଧ୍ୟ ଏହି ଉତ୍ସବକୁ ଆମନ୍ତ୍ରିତ ହୋଇଛନ୍ତି । ତେବେ ଚୀନର ଏହି ବିଶାଳ ସାମରିକ କାର୍ଯ୍ୟକ୍ରମରେ ଯୋଗ ଦେଉନି ପାକ୍ ନୌସେନା ।

ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବା ଭାରତ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ଆଇଏନଏସ୍ କୋଲକାତାର କମାଣ୍ଡର ଆଦିତ୍ୟ ହର। ଆଇଏନଏସ କୋଲକାତା ସହ ଆଇଏନଏସ ଶକ୍ତି ମଧ୍ୟ ତାଇଓ୍ବାନ ଷ୍ଟ୍ରେଟଦେଇ ପହଞ୍ଚିଛି କ୍ବିଙ୍ଗଦାଓରେ। ସେନା ସହଯୋଗ ବୃଦ୍ଧି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଚୀନସ୍ଥିତ ଭାରତୀୟ ଦୂତାବାସ।

ଚୀନର ଏହି ବହୁରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ବିଶ୍ବର ପ୍ରାୟ ୬୦ଟି ଦେଶ ଆମନ୍ତ୍ରିତ ହୋଇଥିବା କହିଛନ୍ତି ପ୍ଲାନର ବରିଷ୍ଠ ନୌସେନା ଅଧିକାରୀ କ୍ୟୁ ୟାନପେଙ୍ଗ। କ୍ବିଙ୍ଗଦାଓରେ ଅନୁଷ୍ଠିତ ଏକ ସାମ୍ବାଦିକସମ୍ମିଳନୀକୁ ସମ୍ବୋଧିତ କରି ନୌସେନାରଏହି ବିଶାଳ କାର୍ଯ୍ୟକ୍ରମରେ ଚୀନର ୩୨ଟି ଯୁଦ୍ଧପୋତ ଓ ୩୯ଟି ଅତ୍ୟାଧୁନିକ ଯୁଦ୍ଧବିମାନ ଅଂଶଗ୍ରହଣ କରିବେ ବୋଲି ୟାନପେଙ୍ଗ ସୂଚନା ଦେଇଛନ୍ତି।

   Related Posts