ଆସନ୍ତାକାଲି ନୌସେନାରେ ସାମିଲ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ଖଣ୍ଡେରୀ, ଜାଣନ୍ତୁ କେମିତି ନିଦ ହଜେଇବ ଶତୃପକ୍ଷର
27/09/2019 at 7:00 PM

ନୂଆଦିଲ୍ଲୀ୨୭|୯; ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ଖଣ୍ଡେରୀ ଆସନ୍ତାକାଲି ନୌସେନାରେ ସାମିଲ ହେବ। କଲଭେରୀ ଶ୍ରେଣୀର ଏହା ଦ୍ବିତୀୟ ବୁଡ଼ାଜାହାଜ। ଯାହାକି ବିଶ୍ବସ୍ତରର ଅତ୍ୟାଧୁନିକ ବୁଡ଼ା ଜାହାଜର ସମକକ୍ଷ ବୋଲି କୁହାଯାଇଛି।

ସମୁଦ୍ର ଭିତରେ ଶତ୍ରୁର ଭେଳା ବୁଡ଼େଇ ଦେବାର ରଖିଛି କ୍ଷମତା। ଆଇଏନଏସ ଖଣ୍ଡେରୀ ଏବେ ପୂରା ପ୍ରସ୍ତୁତ। ରାଷ୍ଟ୍ରାୟତ୍ତ କମ୍ପାନି ମଡଗାଓଁ ଡକ୍ ଲିମିଟେଡ ଏହାକୁ ନିର୍ମାଣ କରିଛି। ଏହା ପରେ ଏହାକୁ ସମୁଦ୍ରରରେ ଅଢ଼େଇ ବର୍ଷ ପରୀକ୍ଷାମୂଳକ ଭାବେ ଚଳାଚଳ କରାଯାଇଛି। ଆଉ ନୌସେନା ଜଣାଇଥିବା ଆବଶ୍ୟକତା ଅନୁସାରେ ଏହାର ଉନ୍ନତି ମଧ୍ୟ କରାଯାଇଛି।

ଆଇଏନଏସ ଖଣ୍ଡେରୀ ବିଶ୍ବସ୍ତରୀୟ ଟେକ୍ନୋଲୋଜୀରେ ନିର୍ମିତ। ଏହା ବିଦ୍ୟୁତ ଏବଂ ଡିଜେଲ ଉଭୟ ଫୁଏଲରେ ଏହା ସର୍ବାଧିକ ୨୦ ନଟିକାଲ ମାଇଲରେ ବେଗରେ ଯାତ୍ରା କରିପାରିବ। ସାଧାରଣ ବୁଡ଼ା ଜାହାଜରେ ୬୦ ଜଣ କ୍ରିୟୁ ମେମ୍ବର ରହୁଥିବା ବେଳେ ଏଥିରେ ୩୬ ଜଣ ରହିବେ। ମାନେ ଅଧିକ ଅମ୍ଲଜାନର ଆବଶ୍ୟକ ପଡ଼ିବନି। ସମୁଦ୍ରରେ ଯିବା ସମୟରେ ଅଧିକ ଶବ୍ଦ ମଧ୍ୟ ଏହା କରିବନି।

ଆସନ୍ତାକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାକୁ ନୌସେନେରେ ସାମିଲ କରିବେ। ମଡଗାଓଁ ଡକ୍ ଏହି ଭଳି ୬ଟି ବୁଡ଼ାଜାହାଜ ତିଆରି କରିବ।
