ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ଖଣ୍ଡେରୀ

Published By : Prameya-News7 Bureau | September 28, 2019 IST

ମୁମ୍ବାଇ ୨୮।୯: ଭାରତୀୟ ନୌସେନାରେ ସାମିଲ ହେଲା ସାଇଲେଣ୍ଟ କିଲ୍ଲର ଆଇଏନଏସ ଖଣ୍ଡେରୀ  । ମୁମ୍ବାଇରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଏହା ନୌସେନେରେ ସାମିଲ ହୋଇଛି ।

{"id":163487}

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ଖଣ୍ଡେରୀ କଲଭେରୀ ଶ୍ରେଣୀର । ଏହା ବିଦ୍ୟୁତ ଏବଂ ଡିଜେଲ ଉଭୟ ଫୁଏଲରେ ଏହା ସର୍ବାଧିକ ୨୦ ନଟିକାଲ ମାଇଲରେ ବେଗରେ ଯାତ୍ରା କରିପାରିବ।

{"id":163491}

ସାଧାରଣ ବୁଡା ଜାହାଜରେ ୬୦ ଜଣ କ୍ରିୟୁ ମେମ୍ବର ରହୁଥିବା ବେଳେ ଏଥିରେ ୩୬ ଜଣ ରହିବେ। ମାନେ ଅଧିକ ଅମ୍ଳଜାନର ଆବଶ୍ୟକ ପଡିବନି। ଏହା ଦ୍ବିତୀୟ ବୁଡାଜାହାଜ। ଯାହାକି ବିଶ୍ବସ୍ତରର ଅତ୍ୟାଧୁନିକ ବୁଡା ଜାହାଜର ସମକକ୍ଷ ବୋଲି କୁହାଯାଉଛି।

{"id":163489}

କେବଳ ସେତିକି ନୁହେଁ ଏହି ବୁଡା ଯାହାଜ ବିଶାଳ ସମୁଦ୍ରରେ ନିଜର ପତିଆରା ଜାହିର କରିବା ସହିତ ଶତ୍ରୁକୁ ଚକମା ଦେବାକୁ ସାମର୍ଥ୍ୟ ମଧ୍ୟ ରହିଛି । ମଡଗାଓଁ ଡକ୍ ଏହି ଭଳି ୬ଟି ବୁଡାଜାହାଜ ତିଆରି କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.