Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଢିବ ନୌସେନାର ଶକ୍ତି, ସାମିଲ ହେବ ଆଇଏନଏସ କଭାରତୀ, ରହିଛି ରାଡାରକୁ ଚକ୍‌ମା ଦେବାର କ୍ଷମତା

21/10/2020 at 10:13 PM

ବିଶାଖାପାଟନାମ, ୨୧ ।୧୦:      ଆହୁରି ସଶକ୍ତ ହେବ ଭାରତୀୟ ନୌସେନା । ଗୁରୁବାର ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ କଭାରତୀ । ଔପଚାରିକ ଭାବେ ଗୁରୁବାର ଏହାକୁ ବିଶାଖାପାଟନା ସ୍ଥିତ ନୌସେନାର ଡକୟାର୍ଡରେ ସେନା ମୁଖ୍ୟ ଏମଏମ ନରଓ୍ୱଣେଙ୍କ ଉପସ୍ଥିତିରେ ସାମିଲ କରାଯିବ ।

ଭାରତୀୟ ନୌସେନା ଏହାକୁ ଏକ ଯୁଦ୍ଧ ମଞ୍ଚ ଭାବେ ବ୍ୟବହାର କରିବ । କାରଣ ଏଥିରେ ଲାଗିଥିବା ସମସ୍ତ ଯନ୍ତ୍ରର ସାମୁଦ୍ରିକ ପରୀକ୍ଷଣ ଶେଷ ହୋଇ ସାରିଛି । ଏହି ଯୁଦ୍ଧପୋତ ପରମାଣୁ, କେମିକାଲ ଓ ଜୈବିକ ଯୁଦ୍ଧ ସ୍ଥିତିର ମୁକାବିଲା କରିପାରିବ । ଏହାକୁ କୌଣସି ରାଡାର ଠାବ କରିପାରିବ ନାହିଁ । ଯାହା ଦ୍ୱାରା ନୌସେନାର ଶକ୍ତି ଆହୁରି ବଢିଯିବ ।

କାମୋର୍ଟା କ୍ଲାସର ଏହି ଯୁଦ୍ଧପୋତ ଆଇଏନଏସ କବାରତୀକୁ ଶକ୍ତିଶାଳୀ ଆଣ୍ଟି ସବମେରିନ୍ ଓ୍ୱାରଫେୟାର ରୂପରେ ଗଣାଯାଏ । ଭାରତୀୟ ନୌସେନାର ଘରୋଇ ସଙ୍ଗଠନ ବିକଶିତ କରିଛି । କୋଲକାତାରେ ଏହାକୁ ନୌସେନାର ଶକ୍ତି ବଢାଇବା ଭଳି ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଆତ୍ମନିର୍ଭର ଭାରତର ଉଦ୍ଦ୍ୟେଶ୍ୟ ମଧ୍ୟ ସାର୍ଥକ ହୋଇଛି । ଏହି ଜାହଜରେ ୯୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ଲାଗିଛି । ଏହାର ସୁପର ଷ୍ଟ୍ରକଚର ପାଇଁ କାର୍ବନ କମ୍ପୋଜିଟର ବ୍ୟବହାର ହୋଇଛି । ଏଥିରେ ଲଗାଯାଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ସ୍ୱେଦେଶରେ ନିର୍ମିତ ହୋଇଛି ।

ନୌସେନା ପ୍ରବକ୍ତାଙ୍କ କହିବାନୁସାରେ, ଆଇଏନଏସ କଭାରତୀରେ ଅତ୍ୟାଧୂନିକ ଅସ୍ତ୍ରଶସ୍ତ୍ର ଓ ସେନସର୍ ସୁଟ୍ ଲଗାଯାଇଛି । ଯାହା ବୁଡାଜାହାଜକୁ ଠାବ କରିବାରେ ସକ୍ଷମ ହେବ । କୋଭିଡ୍ ସମୟରେ ମଧ୍ୟ ଏହି ଜାହଜକୁ ବିକଶିତ କରାଯାଇଛି । ଏହାକୁ ନୌସେନା ବ୍ୟବହାର କରିବା ଏକ ସୌଭାଗ୍ୟର କଥା ।

ଏହି ଜାହାଜ ଯୁଦ୍ଧପୋତର ରାଡାରରେ ଆସେ ନାହିଁ । ତେଣୁ ଏହା ନୌସେନାକୁ ଅଧିକ ଶକ୍ତି ଯୋଗାଇବ । ଏହାପୂର୍ବରୁ ଆଇଏନଏସ କୋମାର୍ତ୍ତା, ଆଇଏନଏସ କଦମତ ଓ ଆଇଏନଏସ କିଲତାନ ଯୁଦ୍ଧପୋତର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଏହି ସମସ୍ତ ନାମ ଲାକ୍ଷାଦ୍ୱୀପ ଦୀପପୁଞ୍ଜର ନାମରେ ରଖାଯାଇଛି ।

   Related Posts