ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ କରଞ୍ଜ: କୌଣସି ଶବ୍ଦ ନ କରି ଶତ୍ରୁକୁ କରିବ ଧ୍ବଂସ

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦/୦୩ : ବୁଧବାର ଦିନ ଭାରତୀୟ ନୌସେନାରେ ସ୍କର୍ପିଓନ କ୍ଲାସ ସବମାରିନ (Scorpene Class Submarine) ଆଇଏନଏସ କରଞ୍ଜ ସାମିଲ ହୋଇଛି। ନୌସେନା ମୁଖ୍ୟ ଏଡ଼ମାଇରାଲ କରମବୀର ସିଂହ ଆଇଏନଏସ କରଞ୍ଜକୁ ମୁମ୍ବାଇ ସ୍ଥିତ ନାଭାଲ୍ ୱେଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟାଳୟରେ ସାମରିକ ପରମ୍ପରା ଅନୁଯାୟୀ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଫ୍ରାନ୍ସ ସହାୟତାରେ ମଝଗାଓ ଡକୟାର୍ଡ ଲିମିଟେଡ୍ (MDL) ସ୍କର୍ପିନ୍ ଶ୍ରେଣୀର ଏହି ତୃତୀୟ ବୁଡ଼ାଜାହାଜ ନିର୍ମାଣ କରିଛି। ଆଇଏନଏସକୁ ସମୁଦ୍ରର ସାଇଲେଣ୍ଟ କିଲର ବୋଲି କୁହାଯାଏ। କାହିଁକି ଏହାକୁ ସମୁଦ୍ରର ସାଇଲେଣ୍ଟ କିଲର କୁହାଯାଏ ଜାଣନ୍ତୁ ...

{"id":420563,"sizeSlug":"large","linkDestination":"none"}

ଆଇଏନଏସ କରଞ୍ଜକୁ ସମୁଦ୍ରର ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ କାରଣ ଏହି ବୁଡ଼ାଜାହାଜରେ ଦୁନିଆର ସର୍ବଶ୍ରେଷ୍ଠ ସୋନାର ସିଷ୍ଟମ ଲଗାଯାଇଛି। ଯାହାଫଳରେ ଏହାର ଶବ୍ଦ କେହି ବି ଶୁଣି ପାରନ୍ତିନି। ସେଥିପାଇଁ ଏହି ଜାହାଜ ସହଜରେ ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଧ୍ବଂସ କରିପାରେ। ସ୍କର୍ପିଓନ କ୍ଲାସ ବୁଡ଼ାଜାହାଜ ଏକ ଡିଜେଲ ସବମାରିନ ଯାହା ୪୦ ରୁ ୫୦ ଦିନ ଯାଏଁ ସମୁଦ୍ରରେ ନିୟୋଜିତ ହୋଇପାରେ। ପ୍ରାୟ ୩୫୦ ମିଟର ଗଭୀର ସମୁଦ୍ରରେ ଆଇଏନଏସ କରଞ୍ଜକୁ ନିୟୋଜିତ କରାଯାଇପାରେ।

{"id":420566,"sizeSlug":"large","linkDestination":"none"}

ନୌସେନା କରଞ୍ଜ ବୁଡ଼ାଜାହାଜର ଇଂରାଜୀ ସ୍ପେଲିଂରେ ଏହାର ଏକ ଅଲଗା ଶବ୍ଦାବଳୀ ପ୍ରସ୍ତୁତ କରିଛି | K-କିଲର ଇନ୍ସଟିକ୍ଟ |A-ଆତ୍ମନିର୍ଭର (ଭାରତ)R-ରେଡି, A-ଏଗ୍ରେସିଭ୍, N-ନିମ୍ବଲ, J-ଜୋଶ, INS Karanj ପ୍ରାୟ ୭୦ ମିଟର ଲମ୍ବା, ୧୨ ମିଟର ଉଚ୍ଚ ଏବଂ ଓଜନ ୧୫୬୫ ଟନ୍। ଆଇଏନଏସ କରଞ୍ଜ ମିସାଇଲ ଓ ଟରପିଡୋ ଲେସ୍ ଏବଂ ସମୁଦ୍ରରେ ମାଇନ୍ସ ବିଛାଇବାରେ ସକ୍ଷମ। ଏହାର ସବୁଠାରୁ ବଡ ବିଶେଷତ୍ୱ ହେଲା ଏହା ରାଡ଼ାରରେ ଧରାପଡ଼େନାହିଁ। ଯେକୌଣସି ଜଳବାୟୁରେ ଏହା କାର୍ଯ୍ୟ କରିବାକୁ ସକ୍ଷମ। ଆଇଏନଏସ କରଞ୍ଜ ଭିତରେ ୩୬୦ ବ୍ୟାଟେରୀ ସେଲ୍ସ ଅଛି। ପ୍ରତ୍ୟେକ ବ୍ୟାଟେରୀ ସେଲ୍ସର ଓଜନ ୭୫୦ କିଲୋ। ଏଥିରେ ଅକ୍ସିଜେନ ତିଆରି କରିବା କ୍ଷମତା ଅଛି ଯେଉଁଥିପାଇଁ ଏହା ବହୁ ସମୟ ଧରି ପାଣିରେ ରହିପାରେ।

{"id":420565,"sizeSlug":"large","linkDestination":"none"}

ଆଇଏନଏସ କରଞ୍ଜ ଏମିତି ସମୟରେ ଭାରତୀୟ ନୌସେନାରେ ସାମିଲ ହୋଇଛି ଯେତେବେଳେ ହିନ୍ଦ ମହାସାଗରରେ ଚୀନ ନୌସେନା ଭାରତୀୟ ନୌସେନାକୁ ବଡ ଚ୍ୟାଲେଞ୍ଜ ଦେଇଛି। ଭାରତୀୟ ନୌସେନା ୨୦୦୫ ମସିହାରେ ପ୍ରୋଜେକ୍ଟ ୭୫ ଅନୁସାରେ ଫ୍ରାନ୍ସ ସହ ୬ଟି ସ୍କର୍ପିଓନ ବୁଡ଼ାଜାହାଜ ତିଆରି କରିବାକୁ ଚୁକ୍ତି କରିଥିଲା। ୨୦୧୨ ସୁଦ୍ଧା ନୌସେନାକୁ ପ୍ରଥମ ସବମାରିନ ମିଳିଯିବା କଥା କିନ୍ତୁ ପ୍ରଥମ ବୁଡ଼ାଜାହାଜ ୨୦୧୭ରେ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.