ଆଇଏନଏସ ବିକ୍ରମାଦିତ୍ୟରେ ନିଆଁ, ତଦନ୍ତ ନିର୍ଦ୍ଦେଶ ଦେଲା ନୌସେନା

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ,୦୮/୦୫:  ଭାରତୀୟ ବିମାନ ବାହାକ ଯୁଦ୍ଧପୋତ ବା ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ । ଶନିବାର ସକାଳେ ଜାହାଜରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । କିନ୍ତୁ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲା । ତେବେ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ରହିଛନ୍ତି ।

ନୌସେନାର ଜଣେ ପ୍ରବକ୍ତାଙ୍କ କହିବାନୁସାରେ, ନିଆଁକୁ ଆୟତ୍ତ କରାଯାଇଛି । ଜାହାଜରେ ଥିବା ସମସ୍ତେ ସୁରକ୍ଷିତ ରହିଛନ୍ତି । ପ୍ରଥମେ ନୌସେନାର ଯବାନମାନେ ରହୁଥିବା କୋଠରୀରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।

ତୁରନ୍ତ ସେଠାରେ ଉପସ୍ଥିତ ଥିବା ଯବାନ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ସେଠାରେ ଥିବା ସମସ୍ତ କର୍ମଚାରୀଙ୍କୁ ଗଣତି କରାଯାଇଥିଲା । କାହାର ହେଲେ କୌଣସି କ୍ଷତି ହୋଇନାହିଁ । ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.