ଇନୋଭା- ଟ୍ରକ ମୁହାଁମୁହିଁ, ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 15, 2020 IST

ରାୟଗଡା, ୧୫|୯ : ରାୟଗଡା ଜିଲ୍ଲା ହଂସା ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ସୂଚନାନୁସାରେ, ରାୟଗଡା ଶେଷଖାଲ ହଂସା ଛକଠାରେ ଏକ ଇନୋଭା ଓ ଟ୍ରକ ମୁହାଁମୁହିଁ ହୋଇଛନ୍ତି । ଇନୋଭାକୁ ଏକ ଟ୍ରକ୍ ଧକ୍କା ଦେବାରୁ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଟ୍ରକକୁ ମଧ୍ୟ ଜବତ କରିଛି । ସେହିପରି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.