ଖାସ୍ କରୋନା ସହ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଛି ଏହି ସବୁ ମେସିନ୍ : ଏସବୁର କାମ ଏବଂ ଦକ୍ଷତା ଜାଣିଲେ ଆପଣ ମଧ୍ୟ ହୋଇଯିବେ ଚକିତ

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୩/୫: କରୋନା ଭାଇରସ୍ ବିଶ୍ବବ୍ୟାପି ଲୋକଙ୍କୁ ହନ୍ତସନ୍ତ କରି ରଖିଛି। ଲୋକେ ମାସେ ହେଲା ଘରେ ବନ୍ଦୀ ଅଛନ୍ତି,ମଦ ମିଳୁନାହିଁ,ପବ୍ ବନ୍ଦ ରହିଛି,ଶପିଂ ମଲ୍ ବନ୍ଦ ରହିଛି। ଲୋକଙ୍କ ଅଭ୍ୟାସ ପୂରାପୂରି ବଦଳିଯାଇଛି। କିନ୍ତୁ କରୋନା ପାଇଁ ବିଶ୍ବରେ ବାୟୁ ପ୍ରଦୂଷଣ ଦୂର ହୋଇଯାଇଛି। କେବଳ ଏତିକି ନୁହେଁ ଏହି ସମୟରେ ଏପରି କିଛି ଆବି​‌ଷ୍କାର ହୋଇଛି ଯାହା ମେଡିକାଲ୍ କ୍ଷେତ୍ରରେ ଆଶ୍ବସ୍ତିଦାୟକ ହୋଇଛି। ଆସନ୍ତୁ ଜାଣିବା ଏହା ବିଷୟରେ

wp:core-embed/twitter {"url":"https://twitter.com/ITVWales/status/1242469910552272899","type":"rich","providerNameSlug":"twitter","className":""}
https://twitter.com/ITVWales/status/1242469910552272899
/wp:core-embed/twitter

ଭେଣ୍ଟିଲେଟର : କରୋନା ଚିକିତ୍ସା ସମୟରେ ଭେଣ୍ଟିଲେଟରର ସବୁଠୁ ଅଧିକ ଆବଶ୍ୟକ ହୋଇଥାଏ। ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କରିବା ପାଇଁ ବିଶ୍ବର ଲୋକେ ଉଦ୍ୟମ କରୁଛନ୍ତି। ଏପରି ସଙ୍କଟ ସମୟରେ ବ୍ରିଟେନର ଡକ୍ଟର ରୟସ୍ ଥୋମାସ୍ କେତେକ ଇଞ୍ଜିନିୟରଙ୍କ ସହ ମିଶି ଛୋଟ ଏବଂ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି। ଏହା ୩ ଦିନରେ ପ୍ରସ୍ତୁତ ହୋଇଛି।

wp:core-embed/twitter {"url":"https://twitter.com/CufflinkIo/status/1245054521698590722","type":"rich","providerNameSlug":"twitter","className":""}
https://twitter.com/CufflinkIo/status/1245054521698590722
/wp:core-embed/twitter

ଜର୍ମ ଟ୍ରାପ୍ ମାସ୍କ : କରୋନାକୁ ରୋକିବା ପାଇଁ ଫେସ୍ ମାସ୍କ ପିନ୍ଧିବା ଉପରେ ଜୋର ଦିଆଯାଉଛି। ଏପରି ପରିସ୍ଥିତିରେ ମେଡିକାଲ୍ ଟିମ୍ ପାଇଁ ଏପରି ଏକ ମାସ୍କ ତିଆରି କରାଯାଇଛି ଯାହା ଭାଇରସକୁ ମାସ୍କରେ ପଡ଼ିଲେ ନିଷ୍କ୍ରିୟ କରି ଦେଇଥାଏ। ଏହି ମାସ୍କ ବ୍ରିଟେନର ମାଞ୍ଚେଷ୍ଟରର ବାୟୋକେମିଷ୍ଟ ପ୍ରସ୍ତୁତ କରିଛନ୍ତି। ଏହି ମାସ୍କ ସାମନାରୁ ଆସୁଥିବା ଡ୍ରପଲେଟକୁ ନଷ୍ଟ କରିଥାଏ।

ପ୍ଲାଷ୍ଟିକ୍ କ୍ୟାପସୁଲସ୍ : ମଶାଠୁ ପିଲାଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ମଶାରୀରୁ ପ୍ରେରିତ ହୋଇ ମେକ୍ସିକୋର ଏକ କମ୍ପାନୀ ମେଡିକାଲ୍ କର୍ମଚାରୀଙ୍କ ପାଇଁ ଖାସ୍ ଧରଣର ପ୍ଲାଷ୍ଟିକ୍ କ୍ୟାପସୁଲସ୍ କରିଛି। କରୋନା ଭାଇରସ୍ ମଧ୍ୟରେ କ୍ଲାନ୍ତ ହୋଇଯାଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହି ସ୍ଲିପିଂ ଚାମ୍ବର ପ୍ରସ୍ତୁତ କରାଯାଇଛି। ଯାହାର ବ୍ୟବହାର ସ୍ବାସ୍ଥ୍ୟକର୍ମୀ ଆମ୍ବୁଲାନ୍ସ,ଏମରଜେନ୍ସି ଓ୍ବାର୍ଡ଼ ଏବଂ ହସ୍ପିଟାଲ୍ ଓ୍ବାର୍ଡ଼ରେ କରିପାରିବେ। ଫଳରେ କରୋନା ସଂକ୍ରମଣ କମ୍ ହେବ।

wp:core-embed/twitter {"url":"https://twitter.com/VusiSambo/status/1241614244967264256","type":"rich","providerNameSlug":"twitter","className":""}
https://twitter.com/VusiSambo/status/1241614244967264256
/wp:core-embed/twitter

ସ୍ମାର୍ଟ ହେଲମେଟ୍ : କରୋନା ସଂକ୍ରମଣ ମଧ୍ୟରେ ଚୀନରେ ଏକ ଏପରି ସ୍ମାର୍ଟ ହେଲମେଟ୍ ହୋଇଛି ଯାହା ପିନ୍ଧିଲେ ସାମନାରେ ଥିବା ବ୍ୟକ୍ତିର ଶରୀରର ତାପମାତ୍ରା ବିଷୟରେ ଜାଣି ହେବ। ଏହାକୁ ଆଧାର କରି ସୋସିଆଲ ଡିସଟ୍ୟାନସିଂର ନିୟମ ପାଳନ କରି ହେବ। ଏହି ହେଲମେଟରେ ଥର୍ମାଲ୍ ସ୍କାନିଂ ମଧ୍ୟ ହୋଇପାରିବ। ଏହାକୁ ପୋଲିସ୍ କର୍ମଚାରୀମାନେ ପିନ୍ଧି ପାରିବେ।

wp:core-embed/twitter {"url":"https://twitter.com/HappeningNow__/status/1241739583991111681","type":"rich","providerNameSlug":"twitter","className":""}
https://twitter.com/HappeningNow__/status/1241739583991111681
/wp:core-embed/twitter

ଫୋନ୍ ବୁଥ : ଦକ୍ଷିଣ କୋରିଆରେ କରୋନାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିଛି। ପୂରା ବିଶ୍ବ ଦକ୍ଷିଣ କୋରିଆଠୁ ବହୁତ କିଛି ଶିଖିବାରେ ଲାଗିଛି। ଦକ୍ଷିଣ କୋରିଆ କରୋନାଠୁ ବର୍ତ୍ତିବା ପାଇଁ ହସ୍ପିଟାଲରେ ଫୋନ୍ ବୁଥ ଭଳି ଏକ ଟେଷ୍ଟିଂ ମେସିନ ପ୍ରସ୍ତୁତ କରିଛି। ଏଥିରେ ରୋଗୀ ଏବଂ ଡାକ୍ତର ପରସ୍ପର ସହ କଥା ହୋଇପାରିବେ। ଉଭୟଙ୍କ ମଧ୍ୟରେ କାଚର କାନ୍ଥ ଥିବାରୁ କରୋନା ସଂକ୍ରମଣ ହେବାର ଆଶଙ୍କା କମିଯାଇଥାଏ।

ଡୋର ଓପନର : କରୋନାର ସଂକ୍ରମଣ କବାଟରେ ନ ହେବା ପାଇଁ ବେଲଜିୟମର ଏକ କମ୍ପାନୀ ନିଆରା ଯନ୍ତ୍ର ପ୍ରସ୍ତୁତ କରିଛି ଯାହା ସାହାଯ୍ୟରେ ବାହୁ କିମ୍ବା କହୁଣୀ ଦ୍ବାରା କବାଟ ଖୋଲା ଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.