ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ଇନୋଭା : ଇଦ୍ ପାଳନ କରି ଫେରୁଥିବା ୬ ଯୁବକଙ୍କ ମୃତ୍ୟୁ, ୬ ଗୁରୁତର

Published By : Prameya-News7 Bureau | June 06, 2019 IST

ଗୁରୁବାର ଦିନ ସାରା ଭାରତରେ ମୁସଲମାନମାନେ ନିଜ ପର୍ବ ଇଦ୍ ବଡ ଧୁମଧାମରେ ପାଳନ କରିଥିଲେ । ଏହିଦିନ ହରିୟାଣାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ଏକ ଇନୋଭା ଗାଡି ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ, କାରଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ଜଣ ଗୁରୁତର ଅଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଗୁରୁତରଙ୍କୁ ରୋହତକ ପିଜିଆଇ ସ୍ଥାନାନ୍ତର କରାଯାଇଛି ।

{"id":120193,"align":"center"}

ସୂଚନା ଅନୁଯାୟୀ, ହରିୟାଣା ସିରସାର ୧୧ ଜଣ ଯୁବକ ସାମଲିର ପଣତ ଗାଁକୁ ଇଦ୍ ପାଳନ କରିବା ପାଇଁ ଯାଇଥିଲେ । ସେମାନେ ସିରସାରୁ ଏକ ଇନୋଭା ଗାଡି ଭଡା କରିଥିଲେ । ଇଦ ପାଳନ କରି ଏମାନେ ବୁଧବାର ବିଳମ୍ବିତ ରାତିରେ, ପ୍ରାୟ ୨ଟା ସମୟରେ ସାମଲିରୁ ସିରସାକୁ ଫେରୁଥିଲେ ।

{"id":120195}

ସକାଳ ୫ଟାରେ ସେମାନେ ଜିନ୍ଦରେ ପହଂଚିଥିଲେ । ସେଠାରେ ତଲୋଡାଖେଡି ଗାଁ ନିକଟ ରାସ୍ତାରେ ଏକ ଟ୍ରକ ଛିଡା ହୋଇଥିଲା । ଇନୋଭା ଟ୍ରକକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ୬ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣା ସମ୍ପର୍କରେ ସୂଚନାପାଇଁ ଡିଏସପି ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ । ମୃତକଙ୍କ ଶବକୁ ସେ ହସ୍ପିଟାଲକୁ ପଠାଇବା ସହ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ ।

{"id":120196,"align":"center"}

ମୃତକମାନେ ହେଲେ ଇନୋଭା ଚାଳକ ରାଜକୁମାର (୩୫), ରାହୁଲ (୨୪), ମୋଇନ (୧୭), ସୋନୀ (୧୯), ଫିରୋଜ (୧୮), ରେହାନ (୧୬) ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.