ଓଲଟିଲା ଇନୋଭା କାର: ଜଣେ ମୃତ, ଅନ୍ୟ ଜଣେ ମରଣ ସହ କରୁଛନ୍ତି ସଂଘର୍ଷ

Published By : Prameya-News7 Bureau | November 18, 2020 IST

ମୋହନା୧୮/୧୧:  ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କପୁରୀପଟା ଗ୍ରାମ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେଇ ଓଲଟିଲା ଇନୋଭା କାର। ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରୁ ମୃତକ ହେଲେ ଆର ଉଦୟଗିରି ଥାନା ଖମାରିସାହିର ଶକ୍ତି ଜେନା ଏବଂ ଗୁରୁତର ଜଣକ ହେଲେ ଚାନ୍ଦିପୁଟ ଗ୍ରାମର ଇଶାକ ବିଷୋୟୀ ।

 ଚାନ୍ଦିପୁଟ ଗ୍ରାମର ଇଷାକ ଆଜି ସଂନ୍ଧ୍ୟାରେ ନିଜ ସଂପର୍କୀୟ ଭାଇ ଶକ୍ତିଙ୍କୁ ବାଇକରେ ବସାଇ ଚାନ୍ଦିପୁଟ ଗ୍ରାମରୁ ଖମାରିସାହି ଯାଉଥିବା ସମୟରେ ବିପରୀତ ଦିଗରୁ ଇନୋଭା ଗାଡି କାର ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଓଲଟି ପଡିଥିବା ଇନୋଭା କାରରୁ ଡ୍ରାଇଭର ଫେରାର ହୋଇଯାଇଛି।

 ଦୁର୍ଘଟଣାରେ ବାଇକଟି ସଂପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଛି।  ଗୁରୁତରଙ୍କୁ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୋହନା ମେଡିକାଲରେ ପ୍ରଥମେ  ଭର୍ତ୍ତି କରିଥିଲେ। ମେଡିକାଲରେ ଶକ୍ତିଜେନାଙ୍କୁ  ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଥିବା ଇଶାକକୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ମୋହନା ପୋଲିସ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.