ଭାଇରାଲ ହେଲା ଏହି ସେଲ୍ଫି , ଅନୁପମଙ୍କଠୁ ଆରମ୍ଭ କରି ଅମିତାଭଙ୍କ ପର୍ଯ୍ୟନ୍ତ ହେଲେ ଫିଦା

Published By : Prameya-News7 Bureau | February 05, 2019 IST

wp:heading {"level":5}
ଜଣେ ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଉଠାଯାଇଥିବା କିଛି ପିଲାମାନଙ୍କର ଏହି ଫଟୋ ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ କିଛି ଛୋଟ ପିଲାମାନେ ସେଲ୍ଫି ନେଲା ଭଳି ପୋଜ୍‌ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ସରଳ ପିଲାଙ୍କ ହାତରେ ସେଲ୍ଫି ନେବା ସମୟରେ ଫୋନ ବଦଳରେ ଚପ୍ପଲ ଅଛି।
/wp:heading {"id":82173,"width":597,"height":606}
wp:heading {"level":5}
 ଅନୁପମ ଖେର୍‌, ବମନ ଇରାନି, ସୁନିଲ୍‌ ଶେଟ୍ଟି ଓ ଅନେକ ସେଲିବ୍ରିଟି ଏହି ଫଟୋକୁ ସେୟାର କରିଛନ୍ତି। ଏହି ଫଟୋ ସେୟାରିଂ ଚେନ୍‌ ଅନୁପମ ଖେରଙ୍କଠୁ ଆରମ୍ଭ ହୋଇଥିଲା। ଏହି ଫଟୋଟି ସେ ପ୍ରଥମେ ଟୁଇଟରରେ ସେୟାର କରିଥିଲେ। ଫଟୋ ସେୟାର କରି ସେ କ୍ୟାପଶନ ମଧ୍ୟ ଦେଇଥିଲେ। “କିଛି ମୂହୂର୍ତ୍ତ ସେହିମାନଙ୍କ ପାଇଁ ସର୍ବତ୍ତୋମ ହୋଇଥାଏ ଯିଏ ଜାଣିଥାଏ ସେହି କ୍ଷଣକୁ କେମିତି ସର୍ବଶ୍ରେଷ୍ଠ କରାଯାଇପାରିବ” ।
/wp:heading {"id":82172}
wp:heading {"level":5}
 ଏହା ପରେ ଅନ୍ୟମାନେ ମଧ୍ୟ ଫଟୋ ସେୟାର କରି ନିଜର ବିଚାର ପ୍ରକାଶ କରିଥିଲେ । ଅଭିନେତା ବମନ ଇରାନି ଲେଖିଥିଲେ ଯେ “ଯିଏ ଯେତିକି ଖୁସି ହେବାକୁ ଚାହେଁ ସେ ସେତିକି ହିଁ ଖୁସି ରୁହେ ଏବଂ ଏହି କଥାଟି ସମସ୍ତଙ୍କ ଉପରେ ଲାଗୁ ହୁଏ”। ଏହା ସହ ସେ ଲେଖିଥିଲେ ଯେ ଏହି ଫଟୋକୁ ସବୁଠୁ ଅଧିକ ଲାଇକ୍‌ ମିଳିବା ଉଚିତ୍‌।  
/wp:heading {"id":82174}
wp:heading {"level":5}
 ସୁନୀଲ୍‌ ଶେଟ୍ଟି ଏହି ଫଟୋକୁ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଥିଲେ । ସେ ଲେଖିଥିଲେ ଯେ “ତାଙ୍କୁ ଏମିତି ଏକ ଫଟୋ ସେୟାର କରିବାର ଅପେକ୍ଷା ଥିଲା, ମାନସିକ ସନ୍ତୁଳନ ରକ୍ଷା କରିବା ପାଇଁ ଖୁସି ହେବା ଆବଶ୍ୟକ ହୋଇଥାଏ”।  
/wp:heading {"id":82175}
wp:heading {"level":5}
ତେବେ ଅମିତାଭ ବଚ୍ଚନ ଏହି ଫଟୋକୁ ନେଇ ସମ୍ପୂର୍ଣ୍ଣ ଅଲଗା ବିଚାର ପ୍ରକାଶ କରିଥିଲେ। ସେ ଏହି ଫଟୋ ସେୟାର ନକରି ଏହି ବିଷୟରେ ନିଜର ମତ ଦେଇଥିଲେ। ସେ ଟୁଇଟ୍‌ କରିଥିଲେ ଯେ“ ସାଧାରଣ ବ୍ୟକ୍ତି ଆଜିକାଲି ଆଉ ସାଧାରଣ ହୋଇ ନାହିଁ  । ସାଧାରଣ ନାଗରିକ ନିଜେ ନିଜର ପ୍ରଚାର କରିପାରେ। ଆଜିକାଲି ମଣିଷ ନିଜ ନିଜର ମାଧ୍ୟମ ହୋଇଯାଇଛି। ଅନ୍ୟ ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିବାର ଅସ୍ତ୍ର ମୋବାଇଲ ଦ୍ୱାରା ସମସ୍ତେ ନିଜର ମୁଦ୍ଦା ଦୁନିଆ ସାମ୍ନାକୁ ଆଣିପାରୁଛନ୍ତି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.