କାନପୁର ଟେଷ୍ଟ: ୨୩୪/୭ରେ ଭାରତର ଦ୍ଵିତୀୟ ଇନିଂସ ଘୋଷଣା, ନ୍ୟୁଜିଲାଣ୍ଡକୁ ୨୮୪ ରନର ଟାର୍ଗେଟ୍

Published By : Prameya-News7 Bureau | November 28, 2021 IST

କାନପୁର ୨୮।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା  ପ୍ରଥମ ଟେଷ୍ଟରେ  ଭାରତ ଦ୍ଵିତୀୟ ଇନିଂସରେ ୭ ଓ୍ଵିକେଟ୍‌ରେ ୨୩୪ ରନ କରି ପାଳି ସମାପ୍ତି ଘୋଷଣା କରିଛି। ଏଥିସହ ପ୍ରଥମ ଇନିଂସର ୪୯ ରନର ଅଗ୍ରଣୀ ଭିତ୍ତିରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ସାମ୍ନାରେ ଭାରତ ୨୮୪ ରନର ବିଜୟ ଲକ୍ଷ୍ୟ ରଖିଛି। ମ୍ୟାଚ୍‌ର ଚତୁର୍ଥ ଦିନ ସରିବାକୁ ଯାଉଛି ଏବଂ ଆସନ୍ତାକାଲି ଶେଷ ଦିନ ରହିଛି। ଏମିତିରେ ମ୍ୟାଚ୍ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ପୁଣି ଥରେ ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରି ୬୫ ରନ କରିଛନ୍ତି। ଋଦ୍ଧିମାନ ଶାହା ୬୧ ରନର ଅପରାଜିତ ଇନିଂସ  ଖେଳିଥିବା ବେଳେ ଅକ୍ଷର ପଟେଲ୍ ୨୮ ରନରେ ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୩୨ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ଵିତୀୟ ଇନିଂସରେ ଟିମ୍ ସାଉଦି ଓ କାଇଲ ଜେମିସନ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.