ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ସ୍ମାର୍ଟ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

Published By : Prameya-News7 Bureau | April 20, 2021 IST

ଭଦ୍ରକ ୨୦।୦୪: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ । ସହରର ଉନ୍ନତିକରଣ ପାଇଁ ଭଦ୍ରକ ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।  ଭଦ୍ରକ ସହରରେ ପ୍ରଥମ କରି  ସ୍ମାର୍ଟ ଲାଇବ୍ରେରୀ  ପ୍ରତିଷ୍ଠା ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଲାଇବ୍ରେରୀ ବ୍ଲକ କଲୋନୀ ସ୍ଥିତ ଚାଚା ନେହେରୁ ପାର୍କ ଠାରେ ନିର୍ମାଣ କରାଯିବ । ଯାହାର ଅନୁଦାନ ରାଶି ରହିଛି ୨ କୋଟି ୨ ଲକ୍ଷ ଟଙ୍କା ରହିଛି । 

{"id":441198,"sizeSlug":"large","linkDestination":"none"}

ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହାର ଶୁଭ ଶିଳାନ୍ୟାସ କରିଛନ୍ତି ।  ଏହି ଲାଇବ୍ରେରୀ  ମଧ୍ୟରେ ଇ-ଲାଇବ୍ରେରୀର ବ୍ୟବସ୍ଥା ସହ , ସ୍ମାର୍ଟ ଲାଇବ୍ରେରୀ ରହିଛି । ଏଠାରେ ସମସ୍ତ ପ୍ରକାରର ସୁବିଧା ସହଯୋଗ ରହିଛି। ସେହିପରି ଅନ୍ୟପଟେ ଚରମ୍ପା ମହାବିଦ୍ୟାଳୟର ବିଜ୍ଞାନ ଗୃହର ଶୁଭ ଭୂମିପୂଜା କରାଯାଇଛି । ୨ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହି ବିଜ୍ଞାନ ଗୃହର ନିର୍ମାଣ କରାଯିବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.