ଗଞ୍ଜେଇ ଲାଗି ଜେଲରେ କଏଦୀଙ୍କ ଅନଶନ, ଜାଣନ୍ତୁ କେଉଁଠି

Published By : Prameya-News7 Bureau | October 30, 2019 IST

wp:heading {"level":4}

ବରଗଡ ୩୦।୧୦:  ବରଗଡ ଉପକାରାଗାରରେ ଗଞ୍ଜେଇ ପାଇଁ ବୁଧବାର ୨୦୦ କଏଦୀ ଅନଶନ କରିଛନ୍ତି । ଜେଲ ଭିତରକୁ ଗଞ୍ଜେଇ ସମେତ ଅନ୍ୟାନ୍ୟ ନିଶାସାମଗ୍ରୀ ଦାବିରେ କୈଦୀମାନେ ଅନଶନ କରିଥିଲେ। ଉପକାରାଗାରରେ ଏବେ ୨୫୧ ଜଣ ବିଚାରଧୀନ କଏଦୀ ବନ୍ଦୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ ଜଣ ବୟୋଜ୍ୟେଷ୍ଠ ବନ୍ଦୀଙ୍କୁ ବାଦ ଦେଲେ ବାକି ୨୦୦ ଜଣ ସକାଳୁ ଅନଶନ ଆରମ୍ଭ କରିଥିଲେ। ସେମାନେ ଜେଲକୁ ଗଞ୍ଜେଇ, ସିଗାରେଟ ଓ ବିଡି ଆଦି ଛାଡିବାକୁ ଦାବି କରିବା ସହ ଜେଲ ଟେଲିଫୋନରେ ପରିବାର ଓ ସମ୍ପର୍କୀୟଙ୍କ ସହ କଥା ହେବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ।

/wp:heading {"id":177143,"width":576,"height":324}

ସେହିପରି ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ଦେଖା କରିବାକୁ ଅନୁମତି ଦେବା ଦାବିରେ କୈଦୀମାନେ ସକାଳ ଜଳଖିଆ, ଦ୍ୱିପ୍ରହର ଏବଂ ସନ୍ଧ୍ୟାର ଖାଦ୍ୟ  ଖାଇନାହାନ୍ତି। କୈଦୀମାନଙ୍କୁ ଜେଲ କର୍ତ୍ତୃପକ୍ଷ ବୁଝାଇବାକୁ  ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିବା ବେଳେ କଏଦୀମାନେ ସେମାନଙ୍କ ଜିଦରେ ଅଟଳ ଅଛନ୍ତି । କୈଦୀଙ୍କ ଅନଶନ ସୂଚନାପାଇ ଜେଲ ଡ଼ିଆଇଜି ଅମୀୟ ପଟ୍ଟନାୟକ ଉପକାରଗାର ପହଞ୍ଚିଥିବା ବେଳେ କଏଦୀଙ୍କୁ ବୁଝାସୁଝା କରିବା ସହ ଘଟଣାର ଅନୁଧ୍ୟାନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.