ନବ ବିବାହିତ ସ୍ବାମୀ ସ୍ତ୍ରୀ ଯାଇଥିଲେ ଭଉଣୀ ଘରକୁ, ଶ୍ବଶୁର ଘର ଲୋକେ ଯୁବକଙ୍କ ଶବ ଆଣି ଘରେ ପହଞ୍ଚେଇ ଦେଇଗଲେ…ପୋଲିସ କରୁଛି ତଦନ୍ତ

Published By : Prameya-News7 Bureau | July 16, 2019 IST

ଆନନ୍ଦପୁର୧୬|୭: ସ୍ତ୍ରୀ କୁ ସାଙ୍ଗରେ ନେଇ ନିଜ ଭଉଣୀ ଘର ମାର୍କଣାକୁ ବୁଲି ଯାଇଥିବା ଯୁବକର ମୃତଦେହ  ଗତ କାଲି ବିଳମ୍ବିତ ରାତିରେ ଯୁବକଙ୍କ ବାରଣ୍ଡାରୁ ହିଁ ମିଳିଛି । ଯୁବକଙ୍କ ଶ୍ବଶୁରଘର ଲୋକେ  ହିଁ ଶବକୁ ଆଣି ଛାଡି ଚାଲିଯାଇଥିବା ପରିବାର ପକ୍ଷରୁ କୁହାଯାଇଛି । ମୃତ ଯୁବକ ହେଉଛନ୍ତି ଆନନ୍ଦପୁର ଥାନା ଫକୀରପୁର ଗାଁ ର ମଣ୍ଟିନ ଦାଶ  । ପୁଅକୁ ତାର ଶ୍ବଶୁର ଘର ଲୋକେ ମାରି ଦେଇଛନ୍ତି ବୋଲି  ଅଭିଯୋଗ କରିଛନ୍ତି ମଣ୍ଟିନଙ୍କ ବାପା । ଆନନ୍ଦପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

{"id":134112}

 ସ୍ତ୍ରୀଙ୍କୁ ନେଇ ଭଉଣୀ ଘରକୁ ଯାଇଥିବା ଯୁବକକୁ କିଏ ଓ କିଭଳି ମାରିଲା ତାହା ଏବେ ରହସ୍ୟମୟ ହୋଇ ରହିଛି । ଶ୍ବଶୁରଘର ଲୋକେ ଯଦି ମାରିଲେ ତାହେଲେ ଶବ ଆଣି ତା ଘର ବାରଣ୍ଡାରେ କାହିଁକି ଛାଡିଗଲେ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷଷ୍ଟି ହୋଇଛି ।

{"id":134113}

ଅପରପକ୍ଷରେ ମୃତ ଯୁବକଙ୍କ ସ୍ତ୍ରୀ କହିଛନ୍ତି ଯେ, ସେମାନେ ମାର୍କଣାରୁ ସଂଧ୍ୟା ସୁଦ୍ଧା ଭଦ୍ରକ ଆସିଯାଇଥିଲେ । ସେତେବେଳକୁ ମଣ୍ଟିନ ମଦ୍ୟପାନ ମଧ୍ୟ କରିଥିଲେ । ସ୍ବାମୀ ସ୍ତ୍ରୀ ଦୁହେଁ ମିଶି ସପିଂ କରିଥିଲେ । ରାତି ହୋଇଯାଇଥିବାରୁ ଭଦ୍ରକରେ କୋଉଠି ଲଜ୍‌ ରେ ରହିବା କଥା ଚିନ୍ତା କରୁଥିଲେ । ଏତିକି ବେଳେ ମଣ୍ଟିନ ପୁଣି ଯାଇ ମଦ  ପିଇକି ଆସିଥିଲେ ।

{"id":134114}

ମଣ୍ଟିନ ସେତେବେଳକୁ ଚାଲିବାକୁ ମଧ୍ୟ ସକ୍ଷମ ନଥିଲେ ।ପୋଲିସ ମଣ୍ଟିନଙ୍କୁ ଏଭଳି ଅବସ୍ଥାରେ ଦେଖି ଥାନକୁ ନେଇଥିଲା ବୋଲି ମଣ୍ଟିନଙ୍କ ସ୍ତ୍ରୀ କହିଛନ୍ତି । ମଣ୍ଟିନଙ୍କୁ ପୋଲିସ ଥାନାକୁ ନେବା ପରେ ସେ ନିଜ ବିପାଙ୍କୁ ଫୋନ କରି ଡକାଇଥିଲେ ବୋଲି ମଣ୍ଟିନଙ୍କ ସ୍ତ୍ରୀ କହିଛନ୍ତି । ତେବେ ମଣ୍ଟିନଙ୍କ କେମିତି ମୃତ୍ୟୁ ହେଲା ତାହା ସେ କହିପାରିନାହାନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.