ଯାଜପୁର ୧୧।୯: ସ୍ବାମୀ ସହ ଶାଶୁ ଘର ଲୋକେ ମିଶି ବୋହୂକୁ ହତ୍ୟା କରିଥିବା ଅଭିଯୋଗ । ଏନେଇ ମଙ୍ଗଳପୁର ଥାନାରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ମହାନ୍ତି ପାଟଣା ଗ୍ରାମର ବବିତା ବେହେରା ଗତ ୫ ବର୍ଷ ତଳେ କଟିକଟା ଅଂଚଳର ଭାଷ୍କର ବେହେରାଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ସ୍ବାମୀଙ୍କ ସହ ପରିବାର ଲୋକେ ନାନା ନିର୍ଯାତନା ଦେବା ସହ ମାଡ ମାରୁଥିଲେ ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ କଳହ ମାମଲା ଥାନାରେ ସମାଧାନ ହୋଇ ଲେଖାପଢି ପରେ ଝିଅକୁ ଶାଶୁ ଘରକୁ ଛାଡିଥିଲେ ପରିବାର ଲୋକେ । ଶୁକ୍ରବାର ବବିତାଙ୍କ ସ୍ବାମୀ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମିଳିମିଶି ହତ୍ୟା କରି ମେଡିକାଲରେ ଆଣି ରଖି ଆମକୁ ଝିଅ ଦେହ ଖରାପ ହୋଇଥିବା ଖବର ଦେଇଥିଲେ । କିନ୍ତୁ ମେଡିକାଲରେ ପହଞ୍ଚି ଦେଖିବା ବେଳକୁ ଝିଅର ମୃତ୍ୟୁ ହୋଇସାରିଛି ଓ ଶରୀରରେ ରକ୍ତ ଛିଟା ରହିଛି । ତେଣୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭଉଣୀ ।
{"id":509838,"sizeSlug":"full","linkDestination":"none"}ସେପଟେ ମୃତ ମହିଳାଙ୍କ ଶାଶୁ କହିଛନ୍ତି ସ୍ବାମୀ-ସ୍ତ୍ରୀ କଳହରୁ ବୋହୂ ରଶି ଲଗାଇ ଆତ୍ମହତ୍ୟା କରିଛି । ମଙ୍ଗଳପୁର ପୋଲିସ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ମଙ୍ଗଳପୁର ଥାନା ଅଧିକାରୀ କହିଛନ୍ତି ।