Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭୁଲ୍ କରିବ ଜଣେ, ମାଡ଼ ଖାଇବ ଆଉ ଜଣେ: ଏ କେଉଁ ପ୍ରକାର ନ୍ୟାୟ ? ଥାନା ଅଧିକାରୀଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଗୁରୁତର ଯୁବକ

13/10/2020 at 4:25 PM

କରଞ୍ଜିଆ୧୩/୧୦: ବିନା ଦୋଷରେ ନିରୀହ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ପୋଲିସ୍‌। ଏମିତି ମାଡ଼ ମାରିଛନ୍ତି ଯେ, ଯୁବକଙ୍କ ହାତ-ଗୋଡ ଫାଟି ଯାଇଛି। ପୋଲିସ୍ ମାଡରେ ଗୁରୁତର ଆହାତ ଯୁବକ ହେଲେ ଜଗଦୀଶ ହେମ୍ବ୍ରମ। ଯେତେବେଳେ ସେ ନିର୍ଦ୍ଦୋଶ ବୋଲି ପୋଲିସ୍ ଜାଣିଲେ, ତାଙ୍କୁ ଛାଡି ଦେଇଥିଲେ। କିଛି ନ ବୁଝିସୁଝି ରାତି ଅଧରେ ଯୁବକଙ୍କୁ ଘରୁ ଟେକି ନେଲେ, ଥାନାରେ ରଖି ନିର୍ଧୁମ ମାଡ଼ ମାରିଲେ। ମୟୁରଭଞ୍ଜ ଜିଲ୍ଲା ଜଶୀପୁର ପୋଲିସ୍‌ର ଏଭଳି କାର୍ଯ୍ୟାକଳାପକୁ ନେଇ ବିଭିନ୍ନ ନିନ୍ଦ କରାଯାଇଛି।  ଏହି ଘଟଣାରେ ଯୁବକ ଜଣଙ୍କ ସଂପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କୋର୍ଟରେ ଏକ ମାମଲା ଦାଏର କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତ ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଜଶୀପୁର ଥାନା ଜାଉଁରିପୋଷି ଗାଁରେ ଏକ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଖେଳ ଦେଖିବା ପାଇଁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା। ଲୋକଙ୍କ ଗହଳି ଭିତରେ ଜୁଆ ଖେଳ ଚାଲିଥିବା ସ୍ଥାନୀୟ ପୋଲିସ୍ ଖବର ପାଇଥିଲା। ଘଟଣାସ୍ଥଳରେ ପୋଲିସ୍ ଚଢ଼ାଉ କରିବା ବେଳେ ସେଠାରେ ଉପସ୍ଥିତ ଲୋକେ ପୋଲିସ୍‌ କର୍ମଚାରୀଙ୍କ ଉପରକୁ ଟେକା-ପଥର ମାଡ କରିଥିଲେ।

ଏହି ଆକ୍ରମଣରେ ପୋଲିସ୍‌ କର୍ମଚାରୀ ଆହାତ ହେବା ସହ ଗାଡି କାଚ ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ସମୟରେ ପୋଲିସ୍‌ ୫୦ ଜଣଙ୍କ ନାଁରେ ମାମଲା ରୁଜୁ  କରି ୫ ଜଣଙ୍କୁ ଉଠାଇ ନେଇଥିଲା। ଗତ ୪ ତାରିଖ ଦିନ ଆକ୍ରୋଶମୂଳକ ଭାବେ ପୋଲିସ୍ ଜଗଦୀଶ ହେମ୍ବ୍ରମଙ୍କୁ ଘରୁ ଉଠାଇ ନେଇଥିଲା। ପୋଲିସ୍‌କୁ ଆକ୍ରମଣ ଘଟଣାରେ ଜଗଦୀଶ ହେମ୍ବ୍ରମଙ୍କ  କୌଣସି ସଂପୃକ୍ତି ନଥିବା ସତ୍ତ୍ବେ ଥାନାରେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ସୁସ୍ଥ ହୋଇ ଆସିବା ପରେ କୋର୍ଟରେ ଜଗଦୀଶ ହେମ୍ବ୍ରମ ସଂପୃକ୍ତ ଥାନା ଅଧିକାରୀଙ୍କୁ ବିରୋଧରେ  ମାମଲା ଦାଏର କରିଛନ୍ତି।

   Related Posts