ସଡ଼କ ଦୁର୍ଘଟଣାରେ ମହିଳା ଇନସପେକ୍ଟରଙ୍କ ମୃତ୍ୟୁ

Published By : Prameya-News7 Bureau | October 27, 2019 IST

ହଲଦଓ୍ବାନି ୨୭/୧୦: ସଡ଼କ ଦୁର୍ଘଟଣାରେ ମହିଳା ପୋଲିସ୍ ମାୟା ବିଷ୍ଟଙ୍କ ପରଲୋକ ହୋଇ ଯାଇଛି। ଚିକିତ୍ସା ସମୟରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି। ହଲଦଓ୍ବାନିର କୃଷ୍ଣା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତରଙ୍କ କହିବାନୁସାରେ ମାୟାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ଥିଲା। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଆଭ୍ୟନ୍ତରୀଣ ଅଙ୍ଗରେ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁଁ ଗତକାଲି ଚିକିତ୍ସା ଚାଲିଥିବା ସମୟରେ ସେ ଆଖି ବୁଜି ଦେଇଥିଲେ।

{"id":175422}

ସୂଚନା ମିଳିବାରୁ ଏସଏସପିଙ୍କ ସହିତ ପୋଲିସ୍ ଅଧିକାରୀ ହସ୍ପିଟାଲ ପହଞ୍ଚି ଯାଇଥିଲେ। ଏସଆଇ ମାୟା ବିଷ୍ଟ ନୈନିତାଲ ଜିଲ୍ଲାର ଲାଲକୁଆଁ ଥାନାରେ ନିଯୁକ୍ତ ଥିଲେ। ତାଙ୍କ ସ୍ବାମୀ ସୁରେଶ ବିଷ୍ଟ ଇଏସଆଇରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଗୋଟିଏ ୬ବର୍ଷର ଝିଅ ରହିଛି। ଗତ ମଙ୍ଗଳବାର ନୈନିତାଲରୁ ରାଜ୍ୟପାଳଙ୍କ ଭିଆଇପି ଡ୍ୟୁଟିରୁ ଫେରୁଥିବାବେଳେ ପୋଲିସଙ୍କ ଗାଡ଼ି ବୀରଭଟ୍ଟି ନିକଟରେ ଓଲଟି ଯାଇଥିଲା।

{"id":175423}

ଦୁର୍ଘଟଣାରେ ବୋଲେରୋରେ ବସିଥିବା କାଠଗୋଦାମ ଥାନାମୁଖ୍ୟ,ଲାଲକୁଆଁ ଥାନାର ମହିଳା ଇନସପେକ୍ଟର ଏବଂ ଚାଳକ ସହିତ ୪ଜଣ ପୋଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ହଲଦଓ୍ବାନିରେ ଥିବା ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ପୋଲିସ୍ କର୍ମଚାରୀ ଏବଂ ବୋଲେରୋ ଚାଳକ ମଧ୍ୟ ମୃତ୍ୟୁବରଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.