ତିନି ଘଣ୍ଟାର ଅପରେସନ୍ ପରେ ଜୀବନ ପାଇଲା ସାପ, ତଥାପି ସଂଗୀନ ରହିଛି ସ୍ଥିତି

Published By : Prameya-News7 Bureau | July 12, 2019 IST

ଭୁବନେଶ୍ବର ୧୨|୭: ତିନି ଘଣ୍ଟାର ଅପରେସନ ପରେ ଜୀବନ ପାଇଲା ସାପ । ସାପଟିର ଦେହରେ ତେଣ୍ଟା ଟି ଭୁସି ହୋଇ ରହିଥିଲା । ତଥାପି ବଞ୍ଚିଥିଲା । ଶେଷରେ ଓୟୁଏଟି ପ୍ରାଣୀ ବିଭାଗ ପକ୍ଷରୁ ସାପଟିର ଅପରେସନ କରି ଲୁହା ତେଣ୍ଟାକୁ କଢା ଯାଇଛି ।

{"id":132866}

ଭଲ କରି ଦେଖନ୍ତୁ ଏହି ଚିତ୍ରକୁ । କେତେ ପିଡା ଦାୟକ । କେତେ ହୃଦୟ ବିଦାରକ । ତାହା ଭାବିଲେ ବି ମନକୁ କଷ୍ଟ ଲାଗୁଛି । କେତେ ଯେ ଯନ୍ତ୍ରଣା ପାଉଥିବ ଏହି ସାପଟି । ତାହା କେବଳ ସିଏ ହିଁ ଜାଣି ଥିବ । କାହିଁକି ନା ସାପଟିର ଦେହରେ ତେଣ୍ଟା ଟି ଭୁସି ହୋଇ ରହିଛି । ଲୁହା ରେଡରେ ନିର୍ମିତ ତେଣ୍ଟାର ଅଗ୍ର ଭାଗଟି ବର୍ଛା ପରି ମୁନିଆ। ଆଉ ତୀର ପରି ତ୍ରୀଭୁଜକାର । ଯାହା ଥରେ ପସି ଗଲେ ବାହାରିବା ମୁସ୍କିଲ ।

{"id":132868}

ବିଚରା ସାପଟିରେ ଦେହରେ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଶି ରହିଥିଲା ତେଣ୍ଟା । ତେବେ ସ୍ନେକ ହେଲେପ ଲାଇନର ମୁଖ୍ୟ ସୁଭେନ୍ଦୁ ମଲ୍ଲିକ ସାପଟିକୁ ଉଦ୍ଧାର କରି ଓୟୁଏଟିର ଆଣିଥିଲେ । ସେଠାରେ ଦୀର୍ଘ ଘଣ୍ଟାର ଅପରେସନ ପରେ ସାପ ଦେହରୁ  ତେଣ୍ଟାଟିକୁ ଅତି ସତର୍କତାର ସହ ବାହାର କରାଯାଇଥିଲା । ପ୍ରଥମେ ସାପଟିକୁ ଏକ ନଳୀରେ ଭତ୍ତି କରିଗଲା । ପରେ ତା ଦେହରୁ ବାହାର କରାଗଲା ତେଣ୍ଟା । ପ୍ରାଣୀ ବିଶେଷଜ୍ଞଙ୍କ ସୂଚନା ଅନୁସାରେଏହି ସାପଟି ଇଣ୍ଡିଆନ କ୍ରୋବ୍ରା ପ୍ରଜାତିର ।

{"id":132869}

ଘଟଣାଟି ଥିଲା ଏମିତି । ଗତକାଲି ସମୟ ପାଖି ତିନିଟା । ପିପିଲି- ଡେଲାଙ୍ଗ ସ୍ଥିତ ଏକ ଘରେ ସାପଟି ଦେଖିବାକୁ ମଳିଥିଲା । ଯାହାକୁ ଦେଖି ଘର ଲୋକେ ଭୟଭୀତ ହୋଇଥିଲେ । ତ ପରେ ତାକୁ ଘଉଡେବାକୁ ଯାଇ ତା ଉପରେ ତେଣ୍ଟାରେ ଆକ୍ରମଣ କରିଥିଲେ ଘର ଲୋକ । ଯେଉଁଥିରେ ଆହତ ହୋଇଥିଲା ସାପ ।

{"id":132870}

ଖବର ପାଇ ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚିଥିଲେ ସେଠାରେ । ସେଠାରୁ ସାପଟିକୁ ଉଦ୍ଧାର କରି ଭୁବନେଶ୍ବର ଓୟୁଏଟିକୁ ପ୍ରାଣୀ ବିଭାଗକୁ ଆଣିଥିଲେ । ଅପରେସନ ପରେ ସାପଟିର ଏକ୍ସରେ କରାଯାଇଥିଲା । ଓୟୁଏଟି ପ୍ରାଣୀ ବିଭାଗର ଡାକ୍ତରଙ୍କ ସୂଚନା ଅନୁସାରେ ସାପଟିର ଲଙ୍ଗ୍‌ସର କ୍ଷତିଗ୍ରସ୍ତ ହୋଇଛି । ଯାହାକୁ ନେଇ ସାପ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛି ।

{"id":132871}

୨୪ ଘଣ୍ଟା ଅବଜରଭେସନରେ ରହିଲା ପରେ ସାପଟିର କଣ୍ଡିସନ ଜଣାପଡିବ । ତିନି ଘଣ୍ଟାର ଅପରେସନ ପରେ ଜୀବନ ପାଇଲା ସାପ । ତେବେ ଏବେବି ସ୍ଥିତି ରହିଛି ସଙ୍ଗୀନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.