ଜୀବେ ଦୟା : ମଣିଷ ଡାକ୍ତରଖାନାରେ ଚିକିତ୍ସା ପାଇଁ ପହଁଚିଲା ସାପ, ଡାକ୍ତରଠୁ ରୋଗୀ ସମସ୍ତେ ଛାନିଆ… ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | August 11, 2019 IST

ବାଲେଶ୍ବର ୧୧|୮:  କଥାରେ ଅଛି ଜୀବେ ଦୟା। ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବାଲେଶ୍ବରର ମନୋଜ କୁମାର ଦାସ। ସେ ଜଣେ ସାପ ଧରାଳି ଓ ଉଦ୍ଧାରକାରୀ। ସାପଙ୍କ ଦେହରେ କ୍ଷତ ଦେଖିଲେ ସେ ରାତିରେ ଶୋଇ ପାରନ୍ତି ନାହଁ। ତାର ଚିକିତ୍ସା କଲାପରେ ସେ ଖିଆପିଆ କରନ୍ତି।

{"id":143131}

ଗତକାଲି ରାତିରେ ସେ ଗୋଟାଏ ବଡ଼ ଗୋଖର ସାପ ଧରିଥିଲେ। ତା ଦେହରେ କ୍ଷତ ଥିବାରୁ ତାକୁ ଆଜି ଭୋର ୫ଟାରୁ ଆହତ ସାପକୁ ନେଇ ପହଞ୍ଚିଥିଲେ ହସ୍ପିଟାଲରେ । ଆସନ୍ତୁ ଜାଣିବା କେମିତି ହୋଇଥିଲା ଆହତ ସାପର ଚିକିତ୍ସା ।

{"id":143132}

ସାପ ନାଁ ଶୁଣିଲେ ସମସ୍ତେ ଭୟଭୀତ ହୋଇ ଯାଆନ୍ତି। ହଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସାପ ଧରିବାକୁ ଭଲ ପାଆନ୍ତି ଓ ତାର ସୁରକ୍ଷା ପାଇଁ ଚେଷ୍ଟା ମଧ୍ୟ କରନ୍ତି। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବାଲେଶ୍ବର ମାଣିଖମ୍ବର ମନୋଜ କୁମାର ଦାସ। ମନୋଜ ଆଜିକୁ ୧୦ବର୍ଷ ହେବ ସାପ ଧରି ଆସୁଛନ୍ତି  ଓ ତାଙ୍କର ସେବା ମଧ୍ୟ କରି ଆସୁଛନ୍ତି।

{"id":143133}

ଯାହା ଘରେ ସାପ ପଶେ ବା ଥାଏ ସେମାନେ ମନୋଜଙ୍କୁ ଖବର ଦଲେ ସେ ଯାଇ ସାପ ଧରିଆଣି ଜଙ୍ଗଲରେ ଛାଡ଼ିଦେଇଥାନ୍ତି। ଯେଉଁ ସାପ କ୍ଷତାକ୍ତ ହୋଇଥାଏ ତାର ଚିକିତ୍ସା କରି ଛାଡ଼ିଥାନ୍ତି।

{"id":143134}

ଗତକାଲି ରାତିରେ ସେ ଖବର ପାଇଲେ ଗୋପାଳଗାଁର ଜଣେ ବ୍ୟକ୍ତିଙ୍କ ଘରେ ଗୋଟାଏ ସାପ ପସିଛି। ତାକୁ ସେ ଧରିବାକୁ ଗଲେ । ଦେଖିଥିଲେ ସାପଟି ଗୋଖର। ବଡ଼ ମଧ୍ୟ। ତା ଦେହରେ ଜାଲ ଲାଗିଛି, ତାକୁ ନେଉଳ କାମୁଡ଼ି କ୍ଷତାକ୍ତ କରିସାରିଛି। ଦେହରାସାର କ୍ଷତାକ୍ତ ହୋଇ ସେ ଯନ୍ତ୍ରଣା ମଧ୍ୟ ଭୋଗୁଛି ।

{"id":143136}

ତାକୁ ଧରିଆଣି ମନୋଜ ରାତିସାରା ଘରେ ରଖିଥିଲେ। ଭୋର ୫ଟାରୁ ସାପଟିକୁ ଧରି ସେ ପଶୁ ଡ଼।କ୍ତରଖାନା ବାହାରିଥିଲେ। ହେଲେ ପଶୁ ଡ଼।କ୍ତରଖାନା ବନ୍ଦ ଥିବାରୁ ବାଧ୍ୟ ହୋଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଲେ। ସେଠାରେ ସାପର ଡ୍ରେସିଂ କରାଇବାକୁ ଡିରେସିଂ ରୁମକୁ ନେଇଗଲେ ।ହେଲେ ଡ୍ରେସିଂ ରୁମରେ ଡ୍ୟୁଟିରେ ଥିବା କମ୍ପଉଣ୍ଡର କହିଥିଲେ ଯେ, ପ୍ରଥମେ ରୋଗୀର ନାମ ଲେଖାଇ ଟିକେଟ କରି ଆଣନ୍ତୁ।

{"id":143137}

ମନୋଜ ବଡ଼ ଅଡ଼ୁଆରେ ପଡ଼ିଲେ। ବାଧ୍ୟହୋଇ ସେ ଟିକେଟ କାଉଣ୍ଟଟର ନିକଟକୁ ଯାଇ ଟିକେଟ କଲେ। ଟିକେଟ କରୁଥିବା ବ୍ୟକ୍ତି ପଚାରିଲେ ରୋଗୀର ନାଁ କଣ ? ମନୋଜ କହିଲେ 'ସାପ'। ବୟସ ପଚାରିଲେ । ସେ କହିଲେ ବୟସ ୭ରୁ୮ବର୍ଷ। ଯାହାହେଉ ଟିକେଟ ହୋଇଗଲା।

{"id":143138}

ଟିକଟ ଧରି ମନୋଜ ଡ୍ରେସିଂ ରୁମ କମ୍ପାଉଣ୍ଡରଙ୍କ ନିକଟରେ ପହଞ୍ଚିଥିଲେ । ଏଥର କମ୍ପଉଣ୍ଡର କହିଲେ ଆହତକୁ ବେଡ଼ରେ ଶୁଆନ୍ତୁ । ମନୋଜ କହିଲେ ତାକୁ ଧରି ଶୁଆଇବାକୁ  ପଡ଼ବି। ସେ କହିଲେ ହଉ ଶୁଆନ୍ତୁ।ତାପରେ ମନୋଜ ବ୍ୟାଗରୁ ସାପଟିକୁ ବାହାର କରିଥିଲେ । ଏଥିରେ ଦାୟିତ୍ବରେ ଥିବା କମ୍ପଉଣ୍ଡର ଭୟଭୀତ ହେବା ସହ ଆହତର ଡ୍ରେସିଂ କରିବାକୁ ମନା କରିଥିଲେ ।କହିଥିଲେ ଏଠାରେ ସାପର ଚିକିତ୍ସାହୋଇପାରିବ ନାହଁ।

{"id":143139}

ଫଳରେ ମନୋଜ ଡ଼।କ୍ତରଙ୍କ ନିକଟକୁ ସାପଟିକୁ ନେଇ ଗଲେ। ଡ଼।କ୍ତର ମଧ୍ୟ ଭୟଭୀତ ହୋଇ କହିଲେ ତାକୁ ପଶୁଡ଼।କ୍ତରଖାନା ନେଇ ଯାଆଓ ମଁ ସେଠିକୁ ରେଫର କରିହେଦଉଛି। ହଲେ ସାପର କ୍ଷତରେ ଲଗାଇବା ଲାଗି ସେ ଗୋଟେ ମଲମ ମଧ୍ୟ ଦେଇଥିଲେ।

{"id":143140}

ଆମ ପ୍ରତିନିଧି  ଡ୍ୟୁଟିରେ ଥିବା କମ୍ପାଉଣ୍ଡର  ଓ ଡ଼।କ୍ତରଙ୍କୁ ଏହି ନିଆରା ରୋଗୀଙ୍କ ଚିକିତ୍ସା ଅନୁଭୂତି ସମ୍ପର୍କରେ ପଚାରିଥିଲୁ । ସେମାନେ କହିଲେ ଆମେ କବେ ଏମିତି ରେରାଗୀ ଦେଖିନଥିଲୁ । ପ୍ରଥମ କରିଦେଖିଥିବାରୁ ଡରି ଯାଇଥିଲୁ ।ହଲେ ଆଶୁ ଚିକିତ୍ସା ପାଇଁ ଔଷଧ ଦେଇ ଦେଇଛୁ ବୋଲି ଡାକ୍ତର କହିଥିଲେ ।

{"id":143141}

ଶେଷର ମନୋଜ ତାଙ୍କର ସହଯୋଗୀ ପରେଶଙ୍କ ସହ ମିଶି ସାପ ଟିକୁ ବ୍ୟାଗରୁ କାଡ଼ି ତା ଦେହରେ ଲାଗିଥିବା ଜାଲଟିକୁ କାଟି ହବାହାର କରିଥିଲେ । ଡାକ୍ତର ଦେଇଥିବା ମଲମ ସାପର କ୍ଷତରେ ଲଗାଇବା ପରେ ତାକୁ ଜଙ୍ଗଲରେ ଛାଡ଼ିଦେଇଥିଲେ। ମନୋଜଙ୍କ କହିବାକଥା ଡ଼।କ୍ତର ଖାନା ଭଳି ପଶୁଡ଼।କ୍ତରଖାନାରେ ଜରୁରୀ କାଳିନ ସୁବିଧା ପାଇଁ ୨୪ଘଣ୍ଟା ଖୋଲା ରହିଲେ ଅନେକ ଜୀବ ଜନ୍ତୁଙ୍କ ଜୀବନ ରକ୍ଷା ହୋଇ ପାରନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.