ନଦୀରେ ନାହିଁ ପୋଲ : ହାତୀ ଆକ୍ରମଣରେ ଗୁରୁତର ବ୍ୟକ୍ତିଙ୍କୁ ଖଟିଆରେ ବୋହି ନେଲେ ଡାକ୍ତରଖାନା
30/10/2019 at 1:07 PM

ବାଂଶପାଳ ୩୦।୧୦: ଖଟିଆରେ ବୁହାହେଲେ ଗୁରୁତର । ଉଛୁଳା ନଦୀ ପାର କରି ମେଡ଼ିକାଲ ନେଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଫୁଲଝର ପଞ୍ଚାୟତ କେନ୍ଦୁଘାଟି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ସୂଚନାଯୋଗ୍ୟ ଯେ, ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଉଛୁଳା ନଇରେ ଖଟିଆରେ ବୋହି ନେଇ ନଦୀ ପାର କରି ମେଡିକାଲ ନେଇଛନ୍ତି ଗ୍ରାମବାସୀ । ଗାଁର କ୍ଷମାକର ପ୍ରଧାନଙ୍କୁ ହାତୀ ଆକ୍ରମଣ କରିଥିଲା । କିନ୍ତୁ କେନ୍ଦୁଘାଟି ଗାଁକୁ ବୈତରଣୀ ନଦୀ ଘେରି ରହିଥିବା ବେଳେ ନଦୀରେ ପୋଲ ନଥିବାରୁ ଲୋକେ ବାଧ୍ୟ ହୋଇ ତାଙ୍କୁ ବୋହି ନେଇଥିଲେ । ଅନ୍ଧାର ରାତିରେ ଟର୍ଚ୍ଚ ମାରି ଖଟିଆରେ ବୋହି ଭରା ନଦୀ ପାର କରାଇଥିଲେ ଲୋକେ ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021