ବାରୁଦରେ ନିଆଁ ଲାଗି ନାବାଳକ ହାତରେ ଗଭୀର କ୍ଷତ, ପୋଡିଗଲା ମୁହଁ

Published By : Prameya-News7 Bureau | December 17, 2019 IST

ନୀଳଗିରି୧୭/୧୨ - ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ପଳାସବଣି ଗାଁରେ ବାରୁଦରେ ନିଆଁ ଲଗାଇ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ନରସିଂପୁର ପଂଚାୟତ ଅଧିନ ଏହି ଗ୍ରାମରେ ଶ୍ୟାମସୁନ୍ଦର ସିଂ ଙ୍କ ପୁଅ ଆୟୁଷ  ( ୧୦)  ।

{"id":199059,"sizeSlug":"large"}

 ଘରେ ଏକ ଡବାରୁ ବାରୁଦ ଆଣି କାଗଜ ରେ ମୋଡି  ନିଆଁ ଲଗାଉଥିଲା। ତେବେ ଅଗ୍ନି ସଂସ୍ପର୍ଶରେ ଆସି ଏହା  ଅଚାନକ ବିସ୍ଫୋରଣ ହେବାରୁ ନାବାଳକ ଟିର ହାତ ଓ ଗୋଡ଼ ,ପେଟ ପୋଡି ଯାଇଛି।ହାତରେ ଗଭୀର କ୍ଷତ ସୃଷ୍ଟି ମଧ୍ୟ ହୋଇଥିବା ଦେଖାଯାଇଛି।ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ରେ ନୀଳଗିରି ଡକ୍ଟରଖାନରେ ଭର୍ତ୍ତି କରାଯାଇଛି।

{"id":199060,"sizeSlug":"large"}

ସୂଚନାରୁ ପ୍ରକାଶ କି ତାଙ୍କ ଘରେ  ତେନ୍ତୁଳାପଡା ଗ୍ରାମର ସମାର୍କୀୟ ରଞ୍ଜନ ସିଂ ରହି ବାଣ ତିଆରି କରନ୍ତି। ବାରୁଦ ସେ ଆଣି ରଖିଥିବାରୁ ଆଜି ଏଭଳି ଅଘଟଣ ଘଟିଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.