ବିପଦରେ ଗଜରାଜ

Published By : Prameya-News7 Bureau | July 29, 2018 IST

ଝାରସୁଗୁଡା ଜିଲ୍ଲାରେ ବିପଦରେ ଗଜରାଜ । କୋଲାବିରା ରେଞ୍ଜରେ ଥିବା ଜଙ୍ଗଲ ପୁଣି ଆଉ ଏକ ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଛି । ହାତୀର ପଛ ଦୁଇ ଗୋଡରେ ଆଘାତ ଲାଗିଛି । ସେ ଭଲ ଭାବେ ଚାଲି ପାରୁ ନଥିବା ବେଳେ କିଛି ଖାଦ୍ୟ ଗ୍ରହଣ କରୁନଥିବା ଜଣା ପଡିଛି। ଝାରସୁଗୁଡା ବାଗଡ଼ିହି ରେଞ୍ଜରେ ଗତ ୪ ମାସ ଭିତରେ ଦୁର୍ଘଟଣାର ଶିକାର ହୋଇ ୭ଟି ହାତୀଙ୍କ ମୃତ୍ୟୁ ହୋଇଛି । ଏହା ସହ ଦୁଇମାସ ତଳେ ଗୋଟିଏ ହାତୀର ମୁହଁରେ ଘା ହୋଇ ଦୁର୍ବଳ ହୋଇ ମୃତ୍ୟୁବରଣ କରିଥିଲା । ବର୍ତ୍ତମାନ ପୁଣି ଆଉ ଗୋଟିଏ ହାତୀ ଅସୁସ୍ଥ ଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଏଥିପାଇଁ ବନବିଭାଗ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି । ପ୍ରାୟ ସାପ୍ତାହେ ହେଲାଣି କୋଲାବିରା ରେଞ୍ଜରେ ଥିବା ଜଙ୍ଗଲ ମଧ୍ୟରେ ହାତୀଟି ବୁଲୁଥିବା ସ୍ନାନୀୟ ଲୋକ ଦେଖିବାକୁ ପାଇଛନ୍ତି।ହାତୀ ଠିକ ଭାବେ ଚାଲି ପାରୁ ନଥିବାରୁ ନିଜ ପାଇଁ ଖାଦ୍ୟ ସଂଗ୍ରହ କରି ପାରୁନାହିଁ।ଫଳରେ ହାତୀଟି ଦୁର୍ବଳ ହେବାରେ ଲାଗିଛି।ବନବିଭାଗ ଏଥିପାଇଁ ଦୃଷ୍ଟି ଦେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.