ଅସୁସ୍ଥ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ ପରେ ଚିକିତ୍ସା
23/12/2018 at 4:36 PM

ସମ୍ବଲପୁର ୨୩|୧୨: ଅସୁସ୍ଥ ଦନ୍ତାର ଚିକିତ୍ସା ଆରମ୍ଭ, ଆଜି ସକାଳୁ ସମ୍ବଲପୁର ପଡ଼ିଆବାହାଲ ରେଞ୍ଜ୍ ଅନ୍ତର୍ଗତ ଛାମୁଣ୍ଡା-କୁଶାମୁରା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା ଆରମ୍ଭ ହୋଇଛି। ଓୟୁଏଟିର ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ବରେ ଏକ ପ୍ରାଣୀ ଚିକିତ୍ସକ ଦଳ ଅସୁସ୍ଥ ଦନ୍ତାଟିକୁ ଟ୍ରାଙ୍କୁଲାଇଜ୍ କରିବା ପରେ ଚିକିତ୍ସା କରିଛନ୍ତି। ପରେ ହାତୀଟି ଗୁଳି ଚୋଟରେ ଆହତ ହୋଇଛି କି, ନାହିଁ ଜାଣିବାକୁ ମେଟାଲ୍ ଡିଟେକ୍ଟରରେ ଯାଞ୍ଚ କରାଯାଇଛି। ହାତୀର ଲାଞ୍ଜ ଉପରେ ଗୋଟାଏ ଘା’ ହୋଇଛି ଓ ଗୋଡ଼ର ହାଡ଼ ଚଡ଼କି ଯାଇଛି। ଚିକିତ୍ସା ପରେ ହାତୀଟି ସୁସ୍ଥ ହେଉଥିବା କହିଛନ୍ତି ଡାକ୍ତରୀ ଟିମ୍ ।

ଗୋଟିଏ ପଲ ମଧ୍ୟରେ ଦୁଇଟି ଦନ୍ତାହାତୀଙ୍କ ମଧ୍ୟରେ ଘଟିଥିବା ସଂର୍ଘଷ ଫଳରେ ହାତୀଟି ଆହତ ହୋଇଛି। ହାଡ଼ ଖସି ଯାଇଥିବାରୁ ତା’ର ଗୋଡ଼ ଫୁଲିଛି। ତା’ ଦେହରେ କୌଣସି ଗୁଳି ଚୋଟ କିମ୍ବା ତୀର ମାଡ଼ ହୋଇଥିବାର ଲକ୍ଷଣ ନାହିଁ ବୋଲି ସମ୍ବଲପୁର ଡିଏଫଓ କହିଛନ୍ତି ।