ନିଷ୍ଠୁର ପୁଅବୋହୂ : ସମ୍ପତ୍ତି ପାଇଁ ବୃଦ୍ଧ ବାପା-ମା'ଙ୍କୁ ଘରୁ ବାହାର କରିଦେଲେ

Published By : Prameya-News7 Bureau | November 03, 2019 IST

ସାନଖେମୁଣ୍ଡି ୩।୧୧: ଜନ୍ମ କଲା ବାପା-ମାଙ୍କୁ ହତାଦାର । ସମ୍ପତ୍ତି ଭାଗବଣ୍ଟାକୁ ନେଇ ବୃଦ୍ଧ ବାପା-ମାଙ୍କୁ ଘରୁ ବାହାର କରିଦେଇଛନ୍ତି ପୁଅ ବୋହୂ । ରାତିସାରା ବାହାରେ ରାତି କଟାଇଲେ ବୃଦ୍ଧ-ବୃଦ୍ଧା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଉସ୍ତ ଶ୍ରୀରାମନଗର ଗାଁରେ ।

{"id":178553}

ଏହି ଦୁଇ ବୃଦ୍ଧା-ବୃଦ୍ଧା ହେଲେ ଉଦୟ ସାହୁ ଏବଂ ତାଙ୍କ ସ୍ତ୍ରୀ ଶଶୀ ସାହୁ । ଏମାନଙ୍କର ୩ ପୁଅ ଏବଂ ୨ ଝିଅ ଅଛନ୍ତି । ଜମିବାଡି ଭାଗବଣ୍ଟାକୁ କେନ୍ଦ୍ରକରି ବଡ ପୁଅ-ବୋହୁ ଘରେ ପୁରାଇ ଦେଉନାହାନ୍ତି । ଫଳରେ ଶୀତ କାକରରେ ବାହାର ବସିଛନ୍ତି ଏହି ବୃଦ୍ଧ ଦମ୍ପତ୍ତି । ଏହାକୁ ନେଇ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଏମାନଙ୍କୁ ନ୍ୟାୟ ପ୍ରଦାନ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.