Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ମା’ର ଶେଷ ଦର୍ଶନ କରିବାକୁ ଦେବାକୁ ପଡୁଛି ପ୍ରାପ୍ୟ: ଶ୍ମଶାନ ଘାଟରେ ୫୦୦୦ ଲାଞ୍ଚ ମାଗୁଛନ୍ତି କର୍ମଚାରୀ, ଭିଡିଓ ଭାଇରାଲ

18/06/2021 at 2:49 PM

କେନ୍ଦୁଝର ୧୮/୬ : କରୋନା କାଳରେ କେଉଁଠି ଭଲ ଖବର ଆସୁଛି ଆଉ କେଉଁଠି ଦେଖାଦେଉଛି ନିରାଶା ଭାବ । କିଏ ପର ହୋଇ ବି ଅସହାୟକୁ ସହାୟତାର ହାତ ବଢାଉଛନ୍ତି, ତେ ଆଉ କିଏ ନିଜର ରକ୍ତର ସମ୍ପର୍କକୁ କରିଦେଉଛି ପର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଅନ୍ତ୍ୟଷ୍ଟି ପୂର୍ବରୁ ମାଆର ଶେଷ ଦର୍ଶନ କରିବାକୁ ଏଠି ପୁଅକୁ ମଗାଯାଉଛି ଲାଞ୍ଚ ।

୧୦୦ କି ୨୦୦ ନୁହେଁ ଏକାଥରକେ ୫୦୦୦ । ଆଉ ଏହି ଲାଞ୍ଚ ପୁଣି ମାଗୁଛନ୍ତି ଶ୍ମଶାନ ଘାଟ ଦାୟିତ୍ୱରେ ଥିବା କର୍ମଚାରୀ । ସୂଚନା ଥାଉକି, ଏଠାରେ ଜଣେ ମହିଳାଙ୍କ କୋଭିଡରେ ମୃତ୍ୟୁ ହେବା ପରେ ତାର ଶେଷକୃତ୍ୟ ହେବାର ଥିଲା । ତେବେ ମାଆର ଚିତା ଜଳିବା ପୂର୍ବରୁ ଶୋଷ ଦର୍ଶନ କରିବାକୁ ଇଚ୍ଛା କରିଥିଲା ପୁଅ । କିନ୍ତୁ ଶ୍ମଶାନ ଘାଟରେ ନିୟୋଜିତ କର୍ମଚାରୀ କହିଥିଲେ ୫୦୦୦ ଟଙ୍କା ଦିଅ ତମ ମାଆର ଚେହେରା ଦେଖ ।

ତେବେ ଏହି ଘଟଣାକୁ ଭିଡିଓରେ ସୁଟ୍ କରିଥିଲେ ମୃତକଙ୍କ ପୁଅ । ଆଉ ଧମକ ଦେଇଥିଲେ ଯଦି ମୁଁ ୫୦୦୦ ଟଙ୍କା ଦେବି ତାହେଲେ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବି । ଯଦି ଦରକାର ପଡେ ମୁଁ ଜେଲ ବି ଗଲେ ଯିବି । ଏହା କହିବା ସହ ଯୁବକ ଜଣଙ୍କ ବିଡିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଭିଡିଓ ଭାଇରାଲ ହେବା ପରେ ଶ୍ମଶାନର ଅନ୍ୟ କର୍ମଚାରୀ ମାନେ ସେହି ବ୍ୟକ୍ତିଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସେପଟେ ସୋସିଆଲ ମିଡିଆରେ ଏପରି ଭିଡିଓ ଘୁରିବୁଲିବା ଜଣାପଡିବା ପରେ ଘଟଣାକୁ ନେଇ ଯାଞ୍ଚ ଆଦେଶ ଦେଇଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି ଯାଞ୍ଚ ଚାଲିଛି ଏହା ପରେ ସବୁ କିଛି ସ୍ପଷ୍ଟ ହେବ । ଯଦି ଯିଏ ଦୋଷୀ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   Related Posts