ଶନିବାରଠୁ ପୁରୀବାସୀଙ୍କୁ ମିଳିବ କାଳିଆ ଦର୍ଶନ: ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
25/12/2020 at 1:02 PM

ପୁରୀ୨୫/୧୨: ଶନିବାର ଠାରୁ ପୁରୀବାସୀଙ୍କୁ ମିଳିବ କାଳିଆ ଦର୍ଶନ ସୁବିଧା। ସକାଳ ୭ ଟାରୁ ଆରମ୍ଭ ହେବ ମାର୍କେଟ ଛକରୁ ଧାଡି ଦର୍ଶନ। ଏଥିପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟୋକନ ସହ ପରିଚୟ ପତ୍ରର କରାଯିବ ଯାଞ୍ଚ। କୋଭିଡ୍ କଟକଣା ମଧ୍ୟରେ ସିଂହଦ୍ଵାର ଦେଇ ପ୍ରବେଶ ଉତ୍ତର ଦ୍ବାରା ଦେଇ କରିବେ ପ୍ରସ୍ଥାନ।
ଏଥିପାଇଁ ନିୟୋଜିତ ହେବେ ବ୍ୟାପକ ପୁଲିସ, ସମସ୍ତେ ମାସ୍କ, ସାନିଟାଇଜର, ସାମାଜିକ ଦୁରତା ମାନିବେ। ସୁରକ୍ଷା ନେଇ ମୋଟ ୧୮ ପ୍ଲାଟୁନ ଫୋର୍ସ ମୁତୟନ। ଏଥିରୁ କେବଳ ତିନି ପ୍ଲାଟୁନ ଫୋର୍ସ ଜଗିବେ ଶ୍ରୀମନ୍ଦିର, ଦୁଇଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି, ୯ଜଣ ଆଇଆଇସି ହେବେ ମୁତୟନ ହେବେ। ଏସଓପିକୁ କଡାକଡି ଭାବେ ପାଳନ କରାଯିବ ବୋଲି ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ।
Related Posts
ନିଆଁ ପୁଇଁବା ହେଲା କାଳ : ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
22 January 2021
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021