ଜୟପୁର ହସ୍ପିଟାଲ ପରିଦର୍ଶନ କଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ, ଆହାର କେନ୍ଦ୍ରରେ ଖାଇଲେ
26/10/2019 at 3:58 PM

ଜୟପୁର ୨୬|୧୦: ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କଲେ ଓ ଆହାର କେନ୍ଦ୍ରରେ ଖାଇଲେ ସୂଚନା ଓ ଲୋକ ସଂପର୍କ ତଥା ଜଳ ସଂପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ।

ମନ୍ତ୍ରୀ ଏବେ ଜିଲ୍ଲା ଗସ୍ତରେ ଥିବା ବେଳେ ଅଚାନକ ଡାକ୍ତରଖାନାର ସ୍ଥିତି ପରଖିଥିଲେ। ଗସ୍ତ ସମୟରେ ମନ୍ତ୍ରୀମାନେ ଆହାର କେନ୍ଦ୍ରର ଖାଇବାକୁ ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀଙ୍କ ସହ କୋରାପୁଟ ବିଧାୟକ ରଘୁରାମ ପାଡାଲ ଓ ବିହନ ନିଗମ ଅଧକ୍ଷ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଆହାର କେନ୍ଦ୍ରରେ ଖାଇଥିଲେ।

ତେବେ ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କିଛି ଡାକ୍ତର ଅନୁପସ୍ଥିତ ଥିବା ବେଳେ ରୋଗୀଙ୍କୁ ସେମାନଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ।ତେବେ ଆହାର କେନ୍ଦ୍ରରେ ଖାଦ୍ୟର ମାନକୁ ନେଇ ଖୁସି ବ୍ୟକ୍ତ କରିଥିଲେ ମନ୍ତ୍ରୀ।
Related Posts
ରକ୍ତ ପାଇଁ ଯେମିତି କାହାରି ଜୀବନ ନ ଯାଉ: ମନ୍ତ୍ରୀ ଟୁକୁନି ସାହୁ
28 February 2021
ବାରୁଣାବନ୍ତ ପାହାଡରେ ଲାଗିଲା ନିଆଁ, ବହୁ ମୂଲ୍ୟବାନ ଗଛ ଜଳିପୋଡି ପାଉଁଶ
28 February 2021