SBI ଖାତାଧାରୀଙ୍କ ପାଇଁ ବଡ ଖବର, ଏହି ମେସେଜରେ କ୍ଲିକ୍‌ କଲେ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ

Published By : Prameya-News7 Bureau | October 24, 2019 IST

ଆଜିକାଲି ଟଙ୍କା ଟ୍ରାନ୍ସଫର କରିବା ପାଇଁ ଲୋକେ ଅନ୍‌ଲାଇନ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି। ଅପରପକ୍ଷରେ ଏହି ପ୍ଲାଟଫର୍ମରେ ସାଇବର ହ୍ୟାକର୍ସ ଲୋକଙ୍କୁ ନିଜ ଜାଲରେ ଫଶାଇ ଟଙ୍କା ଲୁଟନ୍ତି ଦେଶରେ ଅନେକ ଅନ୍‌ଲାଇନ୍‌ ଫ୍ରଡ୍‌ ବା ଠକାମୀ ଘଟଣା ସାମ୍ନାକୁ ଆସିଛି। ସେହିଭଳି ଏବେ SBI ଖାତାଧାରୀଙ୍କୁ ଏକ ଏସଏମଏସ୍‌ ଆସୁଛି। ଏହି ମେସେଜରେ ସେମାନେ ନିଜକୁ ଆୟକର ବିଭାଗରୁ ବୋଲି ପରିଚୟ ଦେଉଛନ୍ତି। ଯଦି ଗ୍ରାହକ ଏହି ମେସେଜରେ କ୍ଲିକ୍‌ କରୁଛନ୍ତି ତାହେଲେ ଆକାଉଣ୍ଟ ହ୍ୟାକ୍‌ ହେଉଛି। ଷ୍ଟଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହି ମେସେଜ ବିଷୟରେ ପୂର୍ବରୁ ସର୍ତକ କରାଇଛି।  

ଲୋକଙ୍କ ପାଖକୁ  ଆୟକର ବିଭାଗର ନାମରେ ମିଛ ବା ଫେକ୍‌ ମେସେଜ୍‌ ଆସୁଛି । ଏହି ଫେକ୍‌ ମେସେଜରେ ଲେଖା ଯାଉଛି ଯେ, ଗ୍ରାହକଙ୍କ ଖାତା ବନ୍ଦ ହୋଇଯାଇଛି। ଏହି ଆକାଉଣ୍ଟକୁ ଆଉଥରେ ଖୋଲିବା ପାଇଁ କ୍ଲିକ୍‌ କରି KYC ପ୍ରକ୍ରିୟା ପୂରଣ କରନ୍ତୁ। ହ୍ୟାକର୍ସ ଏହି ଲିଙ୍କ ଦ୍ବାରା ଖାତାଧାରୀଙ୍କ ଗୁରୁତ୍ବପୂର୍ଣ୍ଣ ଡିଟେଲ୍ସ ବା ଆପଣଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ହାସଲ କରିନିଅନ୍ତି। ଏହା ପରେ ଗ୍ରାହକଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି  ନିଅନ୍ତି।

ତେଣୁ ଏଭଳି ମେସେଜ ଆସିଲେ ସେଥିରେ କ୍ଲିକ୍‌ କରନ୍ତୁ ନାହିଁ। ଯଦି କୌଣସି SBI ଗ୍ରାହକ ଏଭଳି ଅନଲାଇନ୍‌ ଫ୍ରଡର ଶିକାର ହେଉଛନ୍ତି ତାହେଲେ ତୁରନ୍ତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ହେଲ୍ପଲାଇନ ନମ୍ବର 1800-111109ରେ କଲ କରି ଅଭିଯୋଗ କରନ୍ତୁ। ନଚେତ୍‌ ଖାତା ଥିବା ବ୍ୟାଙ୍କ ଶାଖାରେ ଯୋଗାଯୋଗ କରନ୍ତୁ । ସାବଧାନ ରୁହନ୍ତୁ କୌଣସି ଅନ୍‌ଲାଇନ୍‌ ଠକେଇ ହେବାରୁ ବଞ୍ଚନ୍ତୁ ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.