Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଇଂଫୋସିଟି ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ବନୁଛି ଅତ୍ୟାଧୁନିକ ବିଶ୍ବସ୍ତରୀୟ ଆଇଟି ଇନ୍କ୍ୟୁବେସ୍ ସେଣ୍ଟର : ଷ୍ଟାର୍ଟଅପ୍ସ ମାନଙ୍କୁ ମିଳିବ ବିଶ୍ବ ସ୍ତରୀୟ ଭିତ୍ତିଭୂମି

16/08/2019 at 9:35 PM

ଭୁବନେଶ୍ବର୧୬|୮: ରାଜ୍ୟର ଷ୍ଟାର୍ଟଅପ୍‌ସ ମାନଙ୍କୁ ମିଳିବ ବିଶ୍ବ ସ୍ତରୀୟ ଭିତ୍ତିଭୂମି। ଏହାସହ କମନ ଫାସିଲିଟି ସେଣ୍ଟର। ବିଶ୍ବର ବଡ଼ ବଡ଼ ଆଇଟି କମ୍ପାନିଙ୍କ ସହ ଏଠାରେ ସେମାନଙ୍କୁ ମିଳିବ ବ୍ୟବସାୟ କରିବାର ସୁଯୋଗ। ଇନ୍‌ଫୋସିଟି ଏସ୍‌ସିଜେଡ଼୍ ମଧ୍ୟରେ ରାଜ୍ୟ ସରକାର ତିଆରି କରୁଛନ୍ତି ଅତ୍ୟାଧୁନିକ ଆଇଟି ଇନ୍‌କ୍ୟୁବେସନ୍ ସେଣ୍ଟର। ଯେଉଁଠି ଆଇଟି ଓ ଆଇଟିଏସ୍‌ କ୍ଷେତ୍ରେ ମିଳିବ ପ୍ରାୟ ୮ ହଜାର ଲୋକଙ୍କୁ ନିଯୁକ୍ତି।

ଇନ୍‌ଫୋସିଟି ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ବନୁଛି ଅତ୍ୟାଧୁନିକ ବିଶ୍ବସ୍ତରୀୟ ଆଇଟି ଇନ୍‌କ୍ୟୁବେସ୍‌ ସେଣ୍ଟର।  ପ୍ରାୟ ୧୭୦ କୋଟି ଟଙ୍କାର ବ୍ୟୟରେ ଇଡ୍‌କୋର ବନୁଥିବା ଏହି ଆଇଟି ଟ୍ୟୁଇନ୍ ଟାୱାରରେ ରାଜ୍ୟ, ରାଜ୍ୟ ବାହାର ଓ ୱାର୍ଲଡ କ୍ଲାସ ଷ୍ଟାର୍ଟଅପ୍‌ସ ମାନଙ୍କୁ ମିଳିବ ବିଶ୍ବ ସ୍ତରୀୟ ଭିତିଭୂମିର ସୁବିଧା।  ୩ ଲକ୍ଷ ୮୦ ହଜାର ବର୍ଗଫୁଟରେ ବନୁଥିବା ୧୨ ମହାଲା ବିଶିଷ୍ଟ ଏହି ଟ୍ବିନ ଟାୱାରରେ ରହିବ ଅତ୍ୟାଧୁନିକ ଅଫିସସ୍ପେସ, କନ୍ଫରେନ୍‌ସ ହଲ୍, କ୍ୟାଫେଟେରିଆ, ପାର୍କିଂର ବ୍ୟବସ୍ଥା। ଆଇଟିଏସ୍ ଓ ଇଲୋକ୍ଟ୍ରୋନିକ୍ସ ଷ୍ଟାର୍ଟଅପ୍‌ସ ମାନଙ୍କ ପାଇଁ ରହିବ କମନ ଫାସିଲିଟି ସେଣ୍ଟର, ମେଣ୍ଟର, ଫଣ୍ଡି ଓ ମାର୍କେଟ ଆକ୍ସସର ସପୋର୍ଟ।

ନିକଟରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ହାଇଦ୍ରାବାଦ ସ୍ଥିତ ଟି- ହବ୍ ବୁଲିବାକୁ ଯାଇଥିଲେ। ଟି ହବ୍‌ରେ ଯେପରି ଦେଶର ଟପ୍ ଷ୍ଟାର୍ଟଅପ୍‌ସଙ୍କ ସହ ଗୁଗୁଲ ଓ ଫେସ୍‌ବୁକ୍‌ ପରି ବିଶ୍ବସ୍ତରୀୟ କମ୍ପାନି କାମ କରୁଛନ୍ତି ସେନେଇ ଏହି ହାଇଲେବଲ ଟିମ୍ ଅନୁଧ୍ୟାନ କରିଛନ୍ତି। ଟି ହବ୍‌ ଠାରୁ ଆକାରରେ ବଡ଼ ବନୁଥିବା ରାଜ୍ୟର ଏହି ଆଇଟି ଇକ୍ୟୁବେସନ ସେଣ୍ଟରେ ରାଜ୍ୟର ଷ୍ଟାର୍ଟଅପ୍‌ସମାନଙ୍କ ପାଇଁ ଏଭଲି କିଛି ଇକୋସିଷ୍ଟମ ତିଆରି କରାଯିବ ବୋଲି ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଟ୍ବାୱାର କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଆଇଟି, ଆଇଟିଏସ୍‌ କ୍ଷେତ୍ରରେ ପ୍ରାୟ ୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଇଡ୍‌କୋ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଷ୍ଟାର୍ଟଅପ୍‌ସ ମାନଙ୍କୁ ବିଶ୍ବ ସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବାକୁ ସରକାର ୨୦୧୫ରୁ ଏକ ରୋଡ଼ମ୍ୟାପ ତିଆରି କରିଥିଲେ। ଏହି ଟ୍ବିନ୍ ଟାୱାର ରାଜ୍ୟର ଷ୍ଟାର୍ଟଅପ୍‌ସମାନଙ୍କ ପାଇଁ ଏବେ ସୁଯୋଗ ଉନ୍ମୁକ୍ତ କରିବ।  

   Related Posts