Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟଏଲେଟ୍ ସିଟ୍ ଚାଟି କରୋନା ଭାଇରସ୍ କୁ ଦେଇଥିଲେ ଚ୍ୟାଲେଞ୍ଜ, ଟେଷ୍ଟ ରିପୋର୍ଟ ଆସିଲା ପଜିଟିଭ୍

ନୂଆଦିଲ୍ଲୀ ୨୬।୩: କରୋନା ଭାଇରସ୍ ଏକ ପରିହାସ ନୁହେଁ ଏବଂ ଏହା ନିଶ୍ଚିତ ରୂପେ ଏକ ଇଣ୍ଟରନେଟ୍ ଚ୍ୟାଲେଞ୍ଜ ମଧ୍ୟ ନୁହେଁ । ବୋଧହୁଏ ଏକଥା ଜଣେ ଟିକ୍ ଟକ୍ ଇନଫ୍ଲୁଏନ୍ସର ଏବେ ବୁଝିପାରିଥିବେ । ଗେଶନମେଣ୍ଡେସ୍ ନାମକ ଜଣେ ବ୍ୟକ୍ତି କିଛି ଦିନ ତଳେ ଏକ ‘କରୋନା ଭାଇରସ୍ ଚ୍ୟାଲେଞ୍ଜ’ ରେ ଭାଗ ନେଇଥିଲେ । ଯେଉଁଥିରେ ସେ ଏକ ଟଏଲେଟ୍ ସିଟ୍ କୁ ଚାଟିଥିଲେ ।

ବର୍ତ୍ତମାନ ଏହା ଜଣାପଡିଛି ଯେ, ଏହି ବ୍ୟକ୍ତି ଜଣଙ୍କର କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଛି |
ଟିକ୍ ଟକ୍ ରୁ ଆରମ୍ଭ ହୋଇଥିବା ଏହି ଇଣ୍ଟରନେଟ୍ ଚ୍ୟାଲେଞ୍ଜକୁ ଏହି ରୋଗକୁ ପରିହାସ କରିବା ଏବଂ ଏହା ପ୍ରମାଣିତ କରିବାକୁ ଏକ ଉପାୟ ଭାବେ ଦେଖାଯାଇଥିଲା ଯେ, ଏହି ରୋଗ ସଂକ୍ରମଣ ହୁଏନାହିଁ | କୋଭିଡ-୧୯ ରିସ୍ପାୟଟରି ଡ୍ରପଲେଟସ ମାଧ୍ୟମରେ ବ୍ୟାପିଥାଏ ଏବଂ ସାରା ବିଶ୍ବରେ ୨୦,୦୦୦ରୁ ଅଧିକ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଲାଣି ​​|
ଟିକ୍ ଟକ୍ ଇନଫ୍ଲୁଏନସର ଗେଶନମେଣ୍ଡେସ୍ ମଧ୍ୟ ଏହି ଇଣ୍ଟରନେଟ୍ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ। ଟିକ୍ ଟକ୍ ଇନଫ୍ଲୁଏନସର ଟ୍ବିଟରରେ ନିଜେ ହସ୍ପିଟାଲରେ ଥିବାର ଫଟୋ ସହ ଲେଖିଛନ୍ତି- ‘ମୁଁ କରୋନା ପଜିଟିଭ୍’। ଯଦିଓ ଏବେ ଏହି ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଛି ।

   Related Posts