Sateliteରୁ ଦେଖାଯାଉଛି ଭାରତରେ କରୋନାର ପ୍ରଭାବ, ଆଗରାର ରାସ୍ତା ଖାଲି, ତାଜମହଲ ଶୂନଶାନ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୩: କରୋନା ସଂକ୍ରମଣର ଭୟରୁ ଏବେ ଭାରତ ବି ବାଦ ପଡିନି। ବିଶ୍ୱର ପର୍ଯ୍ୟଟକଙ୍କ ପସନ୍ଦ ତାଜମଲ ଏବେ କରୋନା ବିରୋଧରେ ଭାରତର ସଂଗ୍ରାମର ପ୍ରତୀକ ପାଲଟିଛି। ପ୍ରେମର ସ୍ମାରକ ତାଜମହଲକୁ ଗତ ୪ ଦଶନ୍ଧୀରେ ପ୍ରଥମ ଥର ପର୍ଯ୍ୟଟକଙ୍କ ଲାଗି ବନ୍ଦ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପରେ ତାଜମହଲ ମଧ୍ୟ ପର୍ଯ୍ୟଟକଙ୍କ ଲାଗି ବନ୍ଦ ହୋଇଛି। ତେବେ ଅନ୍ତରୀକ୍ଷ ଫାର୍ମ ମାକ୍ସର ଟେକ୍ନୋଲଜିର ଉପଗ୍ରହ ଚିତ୍ର ଏବେ ଦେଶରେ ସିଓଭିଆଇଡି-୧୯କୁ ଆୟତ୍ତ କରିବା ଲାଗି ନିଆଯାଇଥିବା ସାମାଜିକ ଉପାୟର ପ୍ରମାଣ ପାଲଟିଛି।

{"id":240998,"width":581,"height":819,"sizeSlug":"large"}
ଏବେର ଉପଗ୍ରହ ଚିତ୍ର

ମାକ୍ସର ସାଟେଲାଇଟ୍ ଫଟୋରୁ କରୋନା ପୂର୍ବ ଓ ପରର ସ୍ଥିତିକୁ ସ୍ପଷ୍ଟ ଦେଖାଯାଇପାରେ। ଏଥିରେ କରୋନା ପୂର୍ବରୁ ଭିଡଭାଡ ଭରା ରାସ୍ତା ସାଙ୍ଗକୁ ତାଜମହଲ ପରିସରରେ ଅସଂଖ୍ୟ ଲୋକଙ୍କୁ ଦେଖାଯାଉଥିବା ବେଳେ ଦେଶରେ ସଂକ୍ରମଣ ପରେ ଆଗରାର ରାସ୍ତାଘଟ ଶୂନଶାନ ହୋଇଥିବା ବେଳେ ତାଜମହଲ ପରିସର ଖାଲି ଦେଖାଯାଉଛି। କେବଳ ଭାରତ ନୁହେଁ ଭୂତାଣୁ ଯୋଗୁ ମନୁଷ୍ୟ ଜୀବନ ପ୍ରତି ଦେଖାଦେଇଥିବା ବିପଦ କାରଣରୁ ସାରା ବିଶ୍ୱରେ ଏବେ ଏଭଳି ପଦକ୍ଷେପ ନିଆଯାଉଛି। ଲୋକେ ସାମାଜିକ ବାଛନ୍ଦ ହେବାକୁ ବାଧ୍ୟ ହେଉଛନ୍ତି।

{"id":241005,"width":581,"height":597,"sizeSlug":"large"}
ଫେବୃଆରୀ ୧୦ର ଉପଗ୍ରହ ଚିତ୍ର

ଭାରତରେ କରୋନାରେ ପ୍ରଥମ ସଂକ୍ରମିତଙ୍କ ଚିହ୍ନଟ ପରଠାରୁ ଏପର୍ଯ୍ୟ ୧୮୦ ଜଣ ଚିହ୍ନଟ ହୋଇଥିବା ବେଳେ ଦେଶରେ ଗୁରୁବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ବିଦେଶ ଫେରନ୍ତା ଓ ସଂକ୍ରମିତ ଲୋକଙ୍କ ସଂସ୍ପର୍ଷରେ ଆସିବା ହେତୁ ଶହଶହ ଲୋକଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି। ତେବେ ୧୮୦ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଣୁ ଦେଶରେ କରୋନା ଆକ୍ଟିଭ କେସ୍ ୧୬୭କୁ ହ୍ରାସ ହୋଇଛି। କରୋନା ଯୋଗୁ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯ରେ ପହଞ୍ଚିଥିବା ବେଳେ ଆନ୍ଧ୍ରପ୍ରଦେଶରେ ୨, ଦିଲ୍ଲୀରେ ୧୦, ହରିୟାଣାରେ ୧୭, କର୍ଣ୍ଣାଟକରେ ୧୪, କେରଳରେ ୨୭, ପଞ୍ଜାବରେ ୨, ରାଜସ୍ଥାନରେ ୭, ତାମିଲନାଡୁରେ ୧, ତେଲେଙ୍ଗାନାରେ ୧୩, ଜମ୍ମୁ-କାଶ୍ମୀରରେ ୪, ଲଦ୍ଦାଖରେ ୮, ଉତ୍ତରପ୍ରଦେଶରେ ୧୯, ଉତ୍ତରାଖଣ୍ଡ, ଓଡିଶା, ଛତିଶଗଡ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.