ସରକାର ମାନିଲେ ଅକ୍ଟୋବରରେ ବଢ଼ିଛି ମୁଦ୍ରାସ୍ପିତି, ୪.୩୫ରୁ ପହଞ୍ଚିଛି ୪.୪୮%କୁ

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨।୧୧: ଗତ ଅକ୍ଟୋବର ମାସରେ ଭାରତର ଖୁଚୁରା ମୁଦ୍ରାସ୍ପିତି (ରିଟେଲ ଇନଫ୍ଲେସନ) ୪.୪୮ ପ୍ରତିଶତକୁ ପହଞ୍ଚିଥିଲା। ଯାହା ସେପ୍ଟେମ୍ବର ଶେଷ ସୁଦ୍ଧା ୪.୩୫ ପ୍ରତିଶତରେ ସୀମିତ ଥିଲା। ଜାତୀୟ ସାଂଖିକ କାର୍ଯ୍ୟାଳୟ (ଏନଏସଓ) ଶୁକ୍ରବାର ଜାରି ରିପୋର୍ଟରେ ଏହି ସୂଚନା ଦେଇଛନ୍ତି। ଫଳରେ ବଜାରରେ ୦.୬୮ ପ୍ରତିଶତ ଥିବା ଫୁଡ ଇନଫ୍ଲେସନ ଅଚାନକ ୦.୮୫ ପ୍ରତିଶତକୁ ପହଞ୍ଚିବା ସମାଜର ପ୍ରତ୍ୟେକ ବର୍ଗକୁ ପ୍ରଭାବିତ କରିଥିଲା।

{"id":542867,"width":840,"height":557,"sizeSlug":"full","linkDestination":"none"}

ସେପ୍ଟେମ୍ବର ମାସର ଖୁଚୁରା ମୁଦ୍ରାସ୍ପିତି ହାରରୁ ଅକ୍ଟୋବରରେ ଏହା ସ୍ଥିର ରହିବ ବୋଲି ଆକଳନ କରାଯାଉଥିଲା। ଏଥିପାଇଁ ସର୍ଭେକ୍ଷଣ ମଧ୍ୟ ହୋଇଥିଲା। ଆଶା କରାଯାଉଥିବା ମୁଦ୍ରାସ୍ପିତି ୪.୩୨ ପ୍ରତିଶତକୁ ହ୍ରାସ ପାଇବ। ହେଲେ ସେପରି ହୋଇନଥିଲା। ଏନଏସଓଙ୍କ ଅନୁଯାୟୀ ଇନ୍ଧନ ମୂଲ୍ୟବୃଦ୍ଧି ଯୋଗୁ  ତୈଳ ଓ ବିଦ୍ୟୁତ ମୁଦ୍ରାସ୍ପିତି ୧୪.୩୫ ପ୍ରତିଶତରେ ସ୍ଥିର ରହିଥିଲା।

{"id":542869,"width":840,"height":551,"sizeSlug":"full","linkDestination":"none"}

ଭାରତ ସରକାର ୨୦୨୬ରେ ଶେଷ ହେବାକୁ ଯାଉଥିବା ପାଞ୍ଚ ବାର୍ଷିକରେ କେନ୍ଦ୍ରୀୟ ବ୍ୟାଙ୍କଙ୍କୁ ୨ ପ୍ରତିଶତ ମାର୍ଜିନ ସହ ଖୁଚୁରା ମୁଦ୍ରାସ୍ପିତିକୁ ୪ ପ୍ରତିଶତରେ କାୟମ ରଖିବାକୁ ନିର୍ଦ୍ଦେଶ ଦଦେଇଛନ୍ତି। ସେହି ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କ ଗତମାସରେ କରିଥିବା ମୁଦ୍ରାନୀତି ସମୀକ୍ଷା (ଏମପିସି)ରେ ରେପୋ ହାରକୁ ଲଗାତାର ଅଷ୍ଟମ ଥର ଲାଗି ୪ ପ୍ରତିଶତରେ ସ୍ଥିର ରଖିଥିଲେ। ଏହା ସହ ୨୦୨୧-୨୨ ଲାଗି ମୁଦ୍ରାସ୍ପିତି ହାରକୁ ୫.୩ ପ୍ରତିଶତରେ ରଖିବାକୁ ଲକ୍ଷଧାର୍ଯ୍ୟ କରିଥିଲେ। ଏଥିରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ସେପ୍ଟେମ୍ବର ମାସରେ ୩.୧ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିନେଇଥିବା ଜଣାପଡିଛି। ଅଗଷ୍ଟରେ ଔଦ୍ୟୋଗିକ ଉତ୍ପାଦନରେ ୧୧.୯ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.