ନୂଆଦିଲ୍ଲୀ ୩୦।୬: ଲଗାତାର ତୈଳ ମୂଲ୍ୟବୃଦ୍ଧି ସାଙ୍ଗକୁ ଉତ୍ପାଦନ ଖର୍ଚ୍ଚ ବଢିବା ଏବେ ବଜାରରେ ଅତ୍ୟାବଶକୀୟ ସାମଗ୍ରୀ ଦର ଆକାଶ ଛୁଇଁଛି। ଦୀର୍ଘ ଦିନ ଧରି ଉଚ୍ଚ ଥିବା ଖାଦ୍ୟତେଲ କିଛି ସମୟ ଲାଗି ତଳକୁ ଓହ୍ଲାଇଥିଲା। ହେଲେ ପେଟ୍ରୋଲ ଡିଜେଲ ମୂଲ୍ୟ ବଢିବା ପରେ ଦର ପୁଣି ପୂର୍ବ ସ୍ଥାନକୁ ଫେରିଯାଇଛି। ଫଳରେ ଦେଶରେ ସୋରିଷ ତେଲ ମୂଲ୍ୟ ସ୍ଥାନବିଶେଷରେ ଲିଟର ପିଛା ୨୦୦ରୁ ଆରମ୍ଭ କରି ୨୫୦ ଟଙ୍କାରେ ବିକ୍ରି ହେବାରେ ଲାଗିଲାଣି।
ଅନ୍ୟ ଖାଦ୍ୟ ସାମଗ୍ରୀ ଦର କଥା ଛାଡ ଲୁଣ ବି ମହଙ୍ଗା ମାଡରୁ ଏବେ ବାଦ ପଡିନି। ଦେଶରେ ଏ ପର୍ଯ୍ୟନ୍ତ ପ୍ରତି କିଲୋ ୨୧ରୁ ୨୫ ଟଙ୍କାରେ ବିକ୍ରି ହେଉଥିବା ଖାଇବା ଲୁଣି ଦର ୨୧ରୁ ୯୦ ଟଙ୍କାକୁ ପହଞ୍ଚିଯାଇଛି। ଏଥିରେ ଡାଲି ଅଟା କଥା କିଏ ବା ପଚାରେ। ଏବେ ଦେଶରେ ଅଟା କେଜି ପ୍ରତି ଦର ୩୯ରୁ ୯୦ ଟଙ୍କାକୁ ପହଞ୍ଚିଥିବା ବେଳେ ଡାଲିରେ ହରଡ କେଜି ପିଛା ୧୯୦ରୁ ୨୫୮ ଟଙ୍କାକୁ ଛୁଇଁଛି।
{"id":473739,"width":837,"height":550,"sizeSlug":"large","linkDestination":"none"}ଲୋକେ ଚା ପିଇ ଭୋକ ମାରିଦେଉଥିଲେ। ହେଲେ ତାହା ବି ଆଉ ଶସ୍ତା ନାହିଁ। କପେ ଚା ପାଇଁ ଏବେ ସାଧାରଣ ଦୋକାନରେ ୬ରୁ ୭ ଟଙ୍କା ଦେବାକୁ ପଡୁଥିବା ବେଳେ ଦୋକାନୀମାନେ ମହଙ୍ଗା ମାଡରେ ଚା କପର ଆକାଲ ମଧ୍ୟ ଛୋଟେଇ ଦେଲେଣି। କିଛି ସମୟ ପୂର୍ବରୁ ୨୯୯ରୁ ୪୫୦ ଟଙ୍କା କେଜି ଚା ଏବେ ୬୫୦ ଟଙ୍କାକୁ ପହଞ୍ଚିଯାଇଛି। ମାଲ ଭଡା ମହଙ୍ଗା ହେବା ଯୋଗୁ ଯୋଗାଣ ଶୃଙ୍ଖଳ ଉପରେ ମାଡ ପଡିଛି। ଏଣୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ଆକାଶ ଛୁଇଁଛି।
ପରିବହନ ଖର୍ଚ୍ଚରୁ ବଞ୍ଚିବା ଲାଗି ବ୍ୟବସାୟୀମାନେ ଦୂର ଦୂରାନ୍ତରୁ ସାମାନ ମଗାଉ ନାହାନ୍ତି। ସ୍ଥାନୀୟ ବଜାରରେ ଉପଲବ୍ଧ ସାମଗ୍ରୀ ଏପଟସେପଟ କରି ବଜାର ଆବଶ୍ୟକତା ପୂରଣ କରୁଥିବା ବେଳେ ପୂର୍ଣ୍ଣ ଆବଶ୍ୟକତା ଭରଣା ହୋଇ ପାରୁନି। ଏଣୁ ଚାହିଦା ଓ ଯୋଗାଣ ନୀତିରେ ଦରବୃଦ୍ଧି ଦେଖା ଦେଇଛି। ତେବେ ଆକାଶଛୁଆଁ ଦର ଅଗଷ୍ଟ ମାସ ବେଳକୁ ସୁଧାର ମୁହାଁ ହୋଇପାରେ ବୋଲି ବଜାର ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି। ଗୋଟିଏ ପଟେ କରୋନା ସଂକ୍ରମଣ ଥମିଆସିଥିବା ବେଳେ ଜନଜୀବନ ମଧ୍ୟ ସ୍ୱଭାବିକ ହେଲାଣି।
{"id":473741,"sizeSlug":"large","linkDestination":"none"}ଚଳିତବର୍ଷ ଦେଶରେ ଉତ୍ତମ ମୌସୁମୀ ଆକଳନ କରାଯାଉଛି। ଏଣୁ ପନିପରିବା ଫସଲ ଅମଳ ଆରମ୍ଭ ପରେ ବଜାର ଦର ଅନେକ ପରିମାଣରେ ନିୟନ୍ତ୍ରିତ ହେବ ବୋଲି ଆଶା କରାଯାଉଛି। ଲକଡାଉନ ଖୋଲିବା ପରେ କଳକାରଖନାରୁ ଉତ୍ପାଦନ ଆରମ୍ଭ ହେବ। ଫଳରେ ଆମଦାନୀ ଉପରେ ନିର୍ଭର ହ୍ରାସ ହେବା ସହ ଦେଶର ଆବଶ୍ୟକତା ଦେଶରେ ଭରଣା ହେବ ବୋଲି ଆଶା କରାଯାଉଥିବାରୁ ଦରଦାମ ହ୍ରାସ ହେବ ବୋଲି ଆକଳନ କରାଯାଉଛି।