ସଂକ୍ରମଣ ସାମାନ୍ୟ ବଢିଛି, ଏବେବି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | June 24, 2021 IST

ଭୁବନେଶ୍ବର ୨୪।୬: ସଂକ୍ରମଣ ମାର୍ଜିନାଲି ବଢିଛି, ଏବେବି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଖୋର୍ଦ୍ଧା, କଟକ, ବାଲେଶ୍ଵର, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ ଜିଲ୍ଲାର କେସ୍ ଲୋଡ଼ ଅଧିକା ଅଛି । ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ପ୍ରଥମେ ଆରମ୍ଭ ହୋଇଥିବା କାରଣରୁ ସେଠି ଏବେ ସଂକ୍ରମଣ କମିଛି । ପୂର୍ବ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ପରେ ଆରମ୍ଭ ହେଉଥିଲା ସେଥିପାଇଁ ସେଠି ସଂଖ୍ୟା ଅଧିକା ଅଛି ।

ଦୁଇଟି ଷ୍ଟାଟେଜିକୁ ନେଇ ଆମେ କାମ କରୁଛୁ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଗୋଟିଏ ହେଉଛି ପ୍ରଶାସନିକ ସ୍ତରରେ ଲକଡାଉନ୍ ଓ ସଟଡାଉନ୍ କଟକଣା । ଅନ୍ୟଟି ହେଉଛି ସର୍ଭେଲାନ୍ସ । ୨୪ ଘଣ୍ଟା ଭିତରେ ୬୯ ହଜାର ଟେଷ୍ଟିଂ ହୋଇଛି । କିନ୍ତୁ ସଂକ୍ରମଣ ହାର ନିୟନ୍ତ୍ରଣ ଭିତରେ ଅଛି । ବର୍ତ୍ତମାନ ସଂକ୍ରମଣ ନିମ୍ନଗାମୀ ସ୍ଥିତିରେ ଅଛି । ଖୁବ ଶୀଘ୍ର କମିବ ବୋଲି ଆଶା କରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.