ପାର୍ବଣ ବେଳେ ଅଧିକ ସମୟ ବାହାରେ ଏକାଠି ହେଲେ ବଢିପାରେ ସଂକ୍ରମଣ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | October 01, 2021 IST

ଭୁବନେଶ୍ବର ୧।୧୦: ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି । ତେଣୁ ଆମେ ଅଧିକା ଭିଡ଼ କରିବା ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେହିଭଳି ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଘରୁ ବାହାରିବା ଉଚିତ୍ ନୁହେଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ଯଦି ଆମେ ଆମ ତରଫରୁ ସଜାଗ ରହିବା ତାହାଲେ କରୋନାକୁ ପ୍ରତିହତ କରିପାରିବା ବୋଲି ସେ କହିଛନ୍ତି । ସବୁ ବିଶେଷଜ୍ଞ ଏହାସହ ଆଇସିଏମ୍ଆର ଡ଼ାଇରେକ୍ଟର ମଧ୍ୟ ଦେଶବାସୀଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛନ୍ତି । ତେଣୁ ଏହି ସମୟରେ  ଆମକୁ ଅଧିକ ଦାୟିତ୍ବବାନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

କୋଭିଡ୍ ସଂକ୍ରମଣରେ ଇଣ୍ଟରନାଲ ଇନଫେକସନ ହୁଏ । ହାର୍ଟ, ଲଙ୍ଗସ, ବ୍ରେନ୍ ଉପରେ ଅଧିକା ପ୍ରଭାବ ପଡିଥାଏ । ଯିଏ ଟିକା ନେଉଛି ତାର କରୋନା ଇଫେକ୍ଟ ବହୁତ କମ୍ । ଆଉ ଯିଏ ଟିକା ନେଉନାହାନ୍ତି ତାର ଅଧିକ କ୍ଷତି ହେଉଛି । ଟିକା ନେଲା ପରେ ଗୁରୁତର ହେବାର ବହୁତ କମ୍ ଆଶଙ୍କା ରହୁଛିବୋଲି ବିଜୟ ମହାପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.