Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କରୋନା ଆକ୍ରାନ୍ତ ପ୍ରଥମ ବ୍ୟକ୍ତି ଜଣେ ପାଗଳ କାମୁକ : ବାଦୁଡି ସହ ସମ୍ପର୍କରୁ ହୋଇଥିଲା ସଂକ୍ରମଣ !

30/03/2020 at 1:35 PM

ନୂଆଦିଲ୍ଲୀ ୩୦।୦୩: ଚୀନ୍‌ର ହୁବେଇ ପ୍ରଦେଶରୁ ପ୍ରଥମେ କରୋନା ବ୍ୟାପିଥିବାର ପୂର୍ବରୁ କୁହାଯାଉଥିଲା । ତେବେ ପ୍ରଥମେ କିଏ ଏବଂ କେମିତି କରୋନା ଦ୍ୱାରା ସଂକ୍ରମିତ ହୋଇଥିଲା ତାହା ଜାଣିବା ପାଇଁ ପ୍ରୟାସ କରାଯାଉଥିଲା । ଏବେ ସେଇ ବ୍ୟକ୍ତିକୁ ଚିହ୍ନଟ କରାଯାଇଛି । ତା’କୁ ” ପେସେଣ୍ଟ ଜିରୋ’ବୋଲି କୁହାଯାଉଛି । ଚୀନ୍‌ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେ ହେଉଛି ୨୪ ବର୍ଷୀୟ ଜଣେ ଯୁବକ ଏବଂ ତା’ର ନାମ ହେଉଛି ୟିନ ଡାଓ ଟାଙ୍ଗ । ସେ ନିୟମିତ ଭାବେ ବିଭିନ୍ନ ପଶୁପକ୍ଷୀମାନଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରକ୍ଷା କରିଥାଏ । ସେ ଗତ ବର୍ଷ ନଭେମ୍ବର ମାସରେ ବାଦୁଡ଼ି ସହିତ ଏପରି ସମ୍ପର୍କ ରକ୍ଷା କରିଥିଲା । ତେବେ ଚୀନ ସରକାରୀ ସୂତ୍ର ନିର୍ଦ୍ଦିଷ୍ଟ ଭାବେ ଏହାର ପ୍ରମାଣ ରଖି ନାହାନ୍ତି।

ଏହି କାରଣରୁ ବାଦୁଡି ଦେହରୁ ତା’ ଦେହକୁ କରୋନା ଭାଇରସ ଡେଇଁଥିଲା । ନଭେମ୍ବର ୧୭ରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲା । ସେ ଚୀନ୍‌ରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତି ଥିଲା । ତା’ ଠାରୁ ହୁବେଇରେ ଅନ୍ୟ ଲୋକଙ୍କ ପାଖକୁ କରୋନା ଡେଇଁଥିଲା । ତା’ର ବାପା ୟିନ ଜିଙ୍ଗ ସିନ୍‌ ଟାଙ୍ଗ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ସେ ନିଜ ପୁଅର ଏପରି କାର୍ଯ୍ୟକଳାପ ପାଇଁ ଲଜ୍ଜିତ । ତେବେ ତାଙ୍କ ପୁଅ ବିବାହ କରିବା ପାଇଁ ଯୋଗ୍ୟ ପାତ୍ରୀ ପାଇ ନ ଥିଲା । ତେଣୁ ଅନ୍ୟ ପୁରୁଷଙ୍କ ସହିତ ସମଲିଙ୍ଗୀ ସମ୍ପର୍କ ରକ୍ଷା କରିବା ବଦଳରେ ସେ ପଶୁପକ୍ଷୀମାନଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରକ୍ଷା କରିବାକୁ ପସନ୍ଦ କରିଥାଏ ବୋଲି ସିନ ଟାଙ୍ଗ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚୀନ୍‌ ସରକାର କିଛି ମାସ ତଳେ ପୂରା ଦେଶରେ ପଶୁପକ୍ଷୀମାନଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରକ୍ଷା କରିବା ଉପରେ କଟକଣା ଲଗାଇଛନ୍ତି । କରୋନା ନିୟନ୍ତ୍ରଣ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ଏବଂ ଏପରି କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିକୁ ଦଣ୍ଡିତ କରାଯିବ ବୋଲି ଘୋଷଣା କରିଛନ୍ତି ।

   Related Posts