Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଇଲେକ୍ସନ ମଧ୍ୟରେ ଇନଫେକ୍ସନ ! ଭୋଟିଂ କର୍ମଚାରୀ ଅସୁସ୍ଥ, ଆରମ୍ଭ ହୋଇନି ମତଦାନ

26/04/2021 at 10:45 AM

ଲକ୍ଷ୍ନୌ,୨୬/୦୪: ଉତ୍ତର ପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାମଧ୍ୟରେ ବାରାବଙ୍କିରେ କରୋନା ଭାଇରସର ଆତଙ୍କ ଦେଖିବାକୁ ମିଶିଛି । ସିଦ୍ଧୋର ବ୍ଲକର ଜାରଗବା ବୁଥରେ ଏବେସୁଦ୍ଧା ମତଦାନ ହେଉନାହିଁ । ଏଠାରେ ଜଣେ ଭୋଟିଂ କର୍ମଚାରୀ ଅସୁସ୍ଥ ହୋଇପଡିଥିବା କୁହାଯାଉଛି । ବୁଥ୍ ବାହାରେ ଶହଶହ ଭୋଟ୍ ଲାଇନ୍ କରି ଠିଆ ହୋଇଛନ୍ତି ।

ସୂଚନାନୁସାରେ, ସିଦ୍ଧୋର ବ୍ଲକର ବୁଥ୍ ୧୪-୧୫ର ଇଲେକ୍ସନ ଅଧିକାରୀ ନରେଶ ଚନ୍ଦ୍ରା ଅସୁସ୍ଥ ହୋଇ ବୁଥରେ ହିଁ ଶୋଇଛନ୍ତି । ନୂଆ ଅଧିକାରୀ ଆସିବା ପରେ ହିଁ ମତଦାନ ହେବ ବୋଲି ତାଙ୍କର ଜଣେ ସହଯୋଗୀ କହିଛନ୍ତି । ତେବେ ଅସୁସ୍ଥ ନିର୍ବାଚନ ଅଧିକାରୀ କରୋନା ସଂକ୍ରମିତ ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଏହି ସବୁ ଜିଲ୍ଲାରେ ହେଉଛି ମତଦାନ

ତୃତୀୟ ପର୍ଯାୟରେ ଆମେଠି, ଉନ୍ନାଓ, ଓରିୟୋ, କାନପୁର, କାସଗଞ୍ଜ, ଚନ୍ଦୋଲି, ଜାଲୋନୀ, ଦେବାରିୟା, ପିଲିଭୀତ, ଫତେହପୁର, ଫିରୋଜାବାଦ, ବଳରାମପୁର, ବଲିୟା, ବାରବଙ୍କୀ, ମେରଠ, ମିର୍ଜାପୁର, ଶାମଲି, ସିଦ୍ଧାର୍ଥନଗର, ହମୀରପୁର

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ କରୋନା ଗ୍ରାଫ୍ ବଡିବାରେ ଲାଗିଛି । ଗତ ୨୪ ଘମ୍ଟାରେ ୩୫ ହଜାର ୬୧୪ଟି ନୂଆ କେସ୍ ସାମ୍ନାକୁ ଆସିଛି । ଏହାସହ ୨୦୮ ଜଣ ପ୍ରାଣ ହରାଇଛନ୍ତି । ଲକ୍ଷ୍ନୌରେ ସବୁଠାରୁ ଅଧିକ ୫୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

   Related Posts