Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ଜୟପୁର କେବିଡି ଗାଁରେ ମାଟିରେ କିଏ ଅଧାପୋତି ଚାଲିଗଲା ଶିଶୁ କନ୍ୟାକୁ ? ଉଦ୍ଧାର ପରେ ଭଲ ଅଛି ଏବେ ସ୍ବାସ୍ଥ୍ୟ

28/01/2019 at 7:14 PM

ଜୟପୁର୨୮|୧: ଏତେ ସଚେତନତା ପରେ ବି କିଛି ଲୋକଙ୍କ ପାଇଁ କେମିତି କନ୍ୟା ସନ୍ତାନ ଅଲୋଡ଼ା ହୋଇପଡ଼ିଛନ୍ତି ତା’ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଜୟପୁର କେବିଡି ଗାଁରେ । ଗାଁ ନିକଟରେ ଥିବା ଏକ ପୋଲ ନିକଟରୁ ମାଟିରେ ପୋତା ହୋଇଥିବା ଅବସ୍ଥାରେ ଏକ ଜୀବୀତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ ଲୋକେ । ଶିଶୁଟିକୁ ପ୍ରଥମେ ରାବଣାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । …..

ଦୁନିଆକୁ ଆଣିଥିବା ଜନ୍ମଦାତ୍ରୀର ଏଭଳି ଉଦ୍ୟମର ପ୍ରତିବାଦ କରିବାକୁ ତା’ ପାଖରେ ଶକ୍ତି ନଥିଲା । କାହିଁକି ତା’ ପ୍ରତି ଏତେ ଅନ୍ୟାୟ, ସେ ଆଜି ଯଦି ପୁଅଟେ ହୋଇଥାନ୍ତା, ତାହେଲେ କ’ଣ ମାଆ ତାକୁ  ଏମିତି ପୋଲ ତଳେ ଫୋପାଡ଼ି ଚାଲିଯାଇଥାନ୍ତା । ମାଟି ତଳେ ପୋତି ମାରିବାକୁ ତ ଭରପୁର ଚେଷ୍ଟା କରିଥିଲେ, ତା’ ଇଚ୍ଛା ବିରୁଦ୍ଧରେ ତାକୁ ଏ ଦୁନିଆକୁ ଆଣିଥିବା ମଣିଷମାନେ । ହେଲେ ଭଗବାନ ଚାହୁଁଥିଲେ ସେ ବଞ୍ଚୁ, ଏ ଦୁନିଆରେ ସ୍ନେହ ଆଦର ଆଉ ନିଷ୍ଠୁରତା ସମ୍ପର୍କର ଅନୁଭବ କରୁ । ବୋଧ ହୁଏ ସେଇଥି ପାଇଁ ତ ସେ ବଞ୍ଚିଗଲା ।

ଜୟପୁର କେବିଡି ଗାଁର କିଛି ଲୋକଙ୍କ ନଜରକୁ ଆସିଲା । ସକାଳୁ ସକାଳୁ ପୋଲ ନିକଟରେ ଛୁଆଟିର କୁଆଁ କୁଆଁ କାନ୍ଦ ସେମାନଙ୍କୁ ବିଚଳିତ କରିପକାଇଥିଲା । ଦୌଡ଼ି ଗଲେ ପାଖକୁ । ଆଉ ମାଟି ଖୋଳି ଗୋଟାଇ ଆଣିଲେ କୋଳକୁ । ପାଇଥିବା ଦୁଇ ମାସର ଶିଶୁକନ୍ୟାଟିକୁ ପାଖରେ ଥିବା ରାବଣାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ । ଡାକ୍ତର କହିଲେ ତା’ର ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି । ହେଲେ ଜନ୍ମରୁ ଗ୍ରହଣ ଖଣ୍ଡିଆରେ ଆକ୍ରାନ୍ତ ଥିବାରୁ ତାକୁ ଅଧିକ ଚିକିତ୍ସାର ଆବଶ୍ୟକତାକୁ ଦେଖି ଏବେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେକିକାଲ କଲେଜରେ ଭର୍ତ୍ତି କରାଯାଇଛି ।

କିଏ ଓ କାହିଁକି ଶିଶୁକନ୍ୟାଟିକୁ ଏମିତି ମାଟି ତଳେ ପୋତି ଚାଲିଯାଇଥିଲା । ପୋଲିସ ତା’ର ତଦନ୍ତ କରୁଛି । ସେପଟେ ଚାଲିଲ୍ଡ ଲାଇନ ଓ ଶିଶୁ ମଙ୍ଗଳ ସମିତି ଘଟଣାରେ ହସ୍ତକ୍ଷେପ କରି ଶିଶୁକନ୍ୟାଟିର ଦାୟିତ୍ବ ନେଇଛନ୍ତି ।

ଜୟପୁରର ଏହି ଘଟଣା ଦେଖିବା ପରେ ଆମର ମନେ ପଡ଼ୁଛି ଯାଜପୁର କଥା । ୨୦୧୭ ମାର୍ଚ୍ଚ ମାସରେ ସମାନ ଘଟଣା ନଜରକୁ ଆସିଥିଲା ଯାଜପୁର ଶ୍ୟାମସୁନ୍ଦରପୁର ଗାଁରେ । ଏକ ଜୀବୀତ ଶିଶୁ କନ୍ୟାକୁ ପୋତା ଯାଇଥିବା ଅବସ୍ଥାରେ ଅଳିଆ ଗଦାରୁ ଉଦ୍ଧାର କରାଯାଇଥିଲା । ଏବେ ସେ ପାଖାପାଖି ୨ବର୍ଷର ହୋଇଗଲାଣି । କିନ୍ତୁ ଏବେ ସ୍ପଷ୍ଟ ହୋଇପାରିନି କିଏ ଓ କାହିଁକି ଶିଶୁକନ୍ୟାଟିକୁ ଏମିତି ଅଲୋଡ଼ା କରିଦେଇଥିଲା ।

   Related Posts