Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପ୍ରସବ ବେଳେ ଶିଶୁର ଗଳା କାଟିଦେଲେ ଡାକ୍ତର: ଉଭୟ ମା’ ଓ ଶିଶୁର ମୃତ୍ୟୁ, ହସ୍ପିଟାଲ ସଞ୍ଚାଳକ ଫେରାର

13/01/2021 at 11:48 AM

ଖଗଡିଆ ୧୩/୦୧ : ବିହାର ଖଗଡିଆ ଜିଲ୍ଲା ସ୍ଥିତ ମହେଶଖୁଣ୍ଟ ଥାନା ଅନ୍ତର୍ଗତ ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଦାୟିତ୍ୱହୀନତା ଜଣେ ମହିଳା ଓ ତାଙ୍କ ଶିଶୁର ମୃତ୍ୟୁ ହୋଇଛି। ଗର୍ଭବତୀ ମହିଳାଙ୍କର ପ୍ରସବ ପାଇଁ ଅପରେସନ କରିବାକୁ ପଡିଥିଲା। ଅପରେସନ ବେଳେ ଡାକ୍ତର ଶିଶୁର ମୁଣ୍ଡ କାଟିଦେଲେ। ଫଳରେ ଶିଶୁର ମୃତ୍ୟୁ ହୋଇଛି। କିଛି ସମୟ ପରେ ପ୍ରସୂତି ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଘଟଣା ପରେ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକ ଦାବି କରି ମହେଶଖୁଣ୍ଟ ୧୦୭ ନମ୍ବର ଜାତୀୟ ରାଜପଥ ଜାମ କରିଥିଲେ।

ଘଟଣା ପରେ ଗୋଗରି ଏସଡିଓ ସୁଭାଷ ଚନ୍ଦ୍ର ମଣ୍ଡଳ ଓ ଡିଏସପି ପିକେ ଝାଙ୍କ ସମେତ ଆଉ କିଛି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜାମ କରିଥିବା ଲୋକଙ୍କୁ ବୁଝାଇ ସୁଝାଇ ପ୍ରଦର୍ଶନ ହଟାଇଥିଲେ। ଗୋଗରି ଅନୁମଣ୍ଡଳ ପୋଲିସ ଅଧିକାରୀ କହିଛନ୍ତି ଯେ ପୀଡିତାଙ୍କ ଆବେଦନ ପରେ କ୍ଲିନିକକୁ ସିଲ କରିଦିଆଯାଇଛି ଏବଂ ସଞ୍ଚାଳକ ସମେତ ଅଧା ଡଜନ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।

ସୂଚନା ଅନୁଯାୟୀ, ପରବତ୍ତା ଅନ୍ତର୍ଗତ ମହଦ୍ଦୀପୁର ଗାଁର ଅମିତ କୁମାର ନିଜ ପତ୍ନୀ ସଞ୍ଜୁ ଦେବୀଙ୍କ ପ୍ରସବ ପାଇଁ ଟାଟା ଏମେର୍ଜେନ୍ସି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ହସ୍ପିଟାଲ ପ୍ରଶାସନ ଅପରେସନ ସମୟରେ ଶିଶୁର ଗଳା କାଟି ଦେଇଥିଲେ। ତାପରେ ଶିଶୁକୁ ବାହାର କରାଯାଇଥିଲା। ସେତେବେଳେ ମହିଳାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡି ଯାଇଥିଲା। ଏହାପରେ ମହିଳାଙ୍କର ମୃତ୍ୟୁ ହୋଇଥିଲା।

ମହିଳା ଓ ଶିଶୁର ମୃତ୍ୟୁ ଖବର ପାଇ ପରିବାର ଲୋକ ହଙ୍ଗାମା କରିଥିଲେ। ପରିବାର ଲୋକଙ୍କ ହଙ୍ଗାମା ଦେଖି ହସ୍ପିଟାଲ ସଞ୍ଚାଳକ ଓ କର୍ମଚାରୀ କ୍ଲିନିକ ଛାଡି ଫେରାର ହୋଇଯାଇଥିଲେ।

ସୂଚନାଯୋଗ୍ୟ ଯେ, ଖଗଡିଆ ଜିଲ୍ଲା ଅଧିକାରୀଙ୍କ ନିର୍ଦ୍ଦେଶରେ ଅନେକ ନକଲି ନର୍ସିଙ୍ଗ ହୋମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିନ୍ତୁ ଜିଲ୍ଲାରେ ଦୁଇ ଡଜନରୁ ଅଧିକ ବିନା ଲାଇସେନ୍ସର ନର୍ସିଙ୍ଗ ହୋମ ଖୁଲା ହୋଇଛି। କିନ୍ତୁ ଏହି ସବୁ ନର୍ସିଙ୍ଗ ହୋମ ବିରୋଧରେ ସ୍ୱାସ୍ଥ୍ୟ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

   Related Posts