୬୦ ଫୁଟ ଗଭୀର ବୋରୱେଲ ସୁଡ଼ଙ୍ଗରୁ ୪୯ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ୧୫ ମାସର ଶିଶୁ

Published By : Prameya-News7 Bureau | March 23, 2019 IST

ହିସାର ୨୩/୩ : ଗତ ବୁଧବାର ଦିନ ହରିୟାଣା ହିସାର ଜିଲ୍ଲାର ବାଲସମନ୍ଦ ଗାଁରେ ଏକ ୬୦ ଫୁଟ ଗଭୀର ବୋରୱେଲରେ ୧୫ ମାସର ଶିଶୁ ନଦୀମ ପଡିଯାଇଥିଲେ | ତେବେ ନଦୀମଙ୍କୁ ୪୯ ଘଣ୍ଟା ପରେ ସକୁଶଳ ବାହାର କରାଯାଇଥିଲା | ଶୁକ୍ରବାର ସନ୍ଧ୍ୟା ୫ଟା ବେଳେ ସେନା ଏବଂ ଏନଡିଆରଏଫ ଟିମ ଶିଶୁକୁ ବାହାର କରିଥିଲେ | ଶିଶୁକୁ ଉଦ୍ଧାର କରିବା ପରେ ସ୍ଥାନୀୟଲୋକେ ତାଳି ମାରି ସେନା ଏବଂ ଏନଡିଆରଏଫ ଟିମକୁ କୃତଜ୍ଞତା ଜଣାଇଥିଲେ | ନଦୀମକୁ ସୁଡ଼ଙ୍ଗରୁ ବାହାରକୁ କାଢିଲବେଳେ ସେଠାରେ ପାଖାପାଖି ୧୦୦୦ ଲୋକ ଉପସ୍ଥିତ ଥିଲେ | ପୋଲିସ ତୁରନ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା | ଶିଶୁକୁ ଆମ୍ବୁଲାନ୍ସରେ ସ୍ଥାନୀୟ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା | ଆମ୍ବୁଲାନ୍ସ ସହିତ ୭ଟି ଗାଡି ଯାଇଥିଲା | ନଦୀମର ସ୍ୱାସ୍ଥ୍ୟ ଏବେ ଭଲ ଅଛି ବୋଲି ଡାକ୍ତର କହିଛନ୍ତି | ତଥାପି ତାଙ୍କୁ ୨୪ ଘଣ୍ଟା ଆଇସିୟୁରେ ରଖାଯିବ |

{"id":95984}


ହୋଲି ଉତ୍ସବ ଯୋଗୁଁ ଗାଁରେ ଖୁସିର ମାହୋଲ ଥିଲା | ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ନଦିମ ବୋରୱେଲ ସୁଡ଼ଙ୍ଗରେ ଖସି ପଡ଼ିଥିଲେ | ପ୍ରଥମେ ନଦିମଙ୍କ ବଡ ଭଉଣୀ ନଦିମ ସୁଡ଼ଙ୍ଗରେ ପଡ଼ିଯାଇଥିବା ଖବର ମା'ଙ୍କୁ ଦେଇଥିଲେ | ନଦିମଙ୍କ ବାପା ଗାଁଲୋକଙ୍କ ସହ ମିଶି ପୋଲିସକୁ ସୂଚନା ଦେଇଥିଲେ | ଖବର ଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ଏହାପରେ ଡିସି, ଏସପି, ଏସଡ଼ିଏମ ସହିତ ପ୍ରଶାସନିକ ଅଧିକାରୀ ଖବରପାଇ ସେନାର ସହାୟତା ଲୋଡ଼ିଥିଲେ |

{"id":95989,"width":578,"height":329}

୪୫ ମିନିଟ ପରେ ସେନା ଘଟଣାସ୍ଥଳରେ ପହଂଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ରାତି ୧୧ଟାରେ ଏନଡିଆରଏଫ ଟିମ ଗାଁରେ ପହଂଚିଥିଲେ | ଗ୍ରାମବାସୀ ରାତିସାରା ଶିଶୁର ସୁରକ୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ | ୧୫ ମାସର ନିରୀହ ନଦିମ ୪୫ ଡିଗ୍ରୀ ତାପମାତ୍ରାରେ ୪୯ ଘଣ୍ଟା ରହିଥିଲେ | ଶିଶୁ ସୁଡ଼ଙ୍ଗ ଭିତରେ କାନ୍ଦୁଥିବା ଶବ୍ଦ ମଧ୍ୟ ବାହାରକୁ ଶୁଭୁଥିଲା | ବୋରୱେଲ ଭିତରେ ଭିଏଲସି କ୍ୟାମେରା ଲଗାଇ ଆମ୍ବୁଲାନ୍ସରେ ରଖାଯାଇଥିବା ଏଲଇଡ଼ି ସାହାଯ୍ୟରେ ଡାକ୍ତର ନଦିମର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ |

{"id":95985}

ରାତିସାରା ଖନନ ଜାରି ରହିଥିଲା | ପ୍ରଶାସନ କ୍ଷୀର ଏବଂ ବିସ୍କୁଟ ମଧ୍ୟ ନଦିମ ପାଖକୁ ପଠାଇଥିଲେ କିନ୍ତୁ ସେ କିଛି ଖାଈନଥିଲା | ପରଦିନ ନଦିମ ବିସ୍କୁଟ ଖାଇଥିଲା | ଏନଡିଆରଏଫ ଟିମ ନଦିମକୁ ଯନ୍ତ୍ର ସାହାଯ୍ୟରେ ବାହାରକୁ କାଢ଼ିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ | ରାତି ପ୍ରୟ ଗୋଟାଏ ବେଳେ ୪୧ ଫୁଟ ପର୍ଯ୍ୟନ୍ତ ଜେସିବି ମେସିନ ସାହାଯ୍ୟରେ ଖନନ କରାଯାଇଥିଲା | ଏହାପରେ ଜେସିବି ମେସିନରେ ଖନନ କରିବା ସମ୍ଭବ ନଥିଲା | ସେଥିପାଇଁ ଏନଡିଆରଏଫ ଟିମ ନିଜେ ଗାତ ଖୋଳିବା ଆରମ୍ଭ କରିଥିଲେ | ୪୫ ଫୁଟ ଗାତ ଖୋଳିବା ପରେ ମାଟି ଧସି ଯାଇଥିଲା |

{"id":95986}

ଶୁକ୍ରବାର ଦିନ ପୁଣି ୧୮ ଫୁଟ ପର୍ଯ୍ୟନ୍ତ ଗାତ ଖୋଲାଯାଇଥିଲା | ଦ୍ବିପ୍ରହର ପର୍ଯ୍ୟନ୍ତ ୨୬ ଫୁଟ ପର୍ଯ୍ୟନ୍ତ ଗାତ ଖୋଲାଯାଇଥିଲା କିନ୍ତୁ ଶିଶୁ ଉଦ୍ଧାର ହୋଇପାରିନଥିଲା | ଏହାପରେ ଲୋକେସନ ମେସିନ ସାହାଯ୍ୟରେ ଶିଶୁର ସଠିକ ଲୋକେସନ ଯାଞ୍ଚ କରାଯାଇଥିଲା | ଏହାପରେ ପୁଣି ଲୋକେସନ ଅନୁସାରେ ଖନନ ଆରମ୍ଭ କରାଯାଇଥିଲା ଏବଂ ସନ୍ଧ୍ୟାରେ ଶିଶୁକୁ ଉଦ୍ଧାର କରାଯାଇଥିଲା | ଶିଶୁକୁ ଉଦ୍ଧାର କରିବା ପରେ ଯବାନଙ୍କୁ ଗ୍ରାମବାସୀ ବହୁତ ଧନ୍ୟବାଦ ଜଣେଇଥିଲେ |

{"id":95987}


ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ସହିତ ହରିୟାଣା ସ୍ପେସ ଆପ୍ଲିକେସନ ସେଣ୍ଟରର ଅଧିକାରୀ ଏହି ମିଶନରେ ଗୁରୁତ୍ୱପୂର୍ଣ ଭୂମିକା କରିଛନ୍ତି | ଏମାନେ ଲଗାତାର ୩ ଘଣ୍ଟା ପର୍ଯ୍ୟନ୍ତ ଏକାଠି ତାମ କରିଥିଲେ | ଯାହାଫଳରେ ସେନା ଏବଂ ଏନଡିଆରଏଫ ଟିମ ଶିଶୁକୁ ସୁରକ୍ଷିତ ଭାବେ ବାହାର କରିବାରେ ସଫଳ ହୋଇଥିଲେ | ସମ୍ପୂର୍ଣ ଅଭିଯାନରେ ୩ଟି ମେସିନ ବ୍ୟବହାର କରାଯାଇଥିଲା | ପ୍ରଥମ ମେସିନ ଜିପିଏସ ସିଷ୍ଟମ ଥିଲା | କିନ୍ତୁ ଅଧିକ ଗଭୀର ଯୋଗୁଁ ମେସିନ ଫେଲ ମାରିଥିଲା | ଦ୍ୱିତୀୟରେ ଇଲେକ୍ଟ୍ରୋନିକ ଟୋଟାଲ ସେନସର ମେସିନ | ତୃତୀୟରେ ଏଟିଏସ ମେସିନ | ଏହି ମେସିନ ସାହାଯ୍ୟରେ ବୋରୱେଲ ଏବଂ ଖନନ ସ୍ଥାନର କୋଣ ସେଟ କରାଯାଇଥିଲା | ଏହି ମେସିନ ସାହାଯ୍ୟରେ ଉଭୟ ଜାଗାର ଗଭୀରତା ମପାଯାଇଥିଲା |

{"id":95988}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.