ପୁଣି ଅଲୋଡ଼ା ଶିଶୁ କନ୍ୟା ! ଧାନ କ୍ଷେତରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

Published By : Prameya-News7 Bureau | June 04, 2018 IST

ସମ୍ବଲପୁର ଗୋଶାଲା ନିକଟସ୍ଥ ସାନଟିକରା ଗାଁ ରେ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ସକାଳେ ସ୍ଥାନୀୟ ଲୋକେ ପଦାକୁ ସ୍ବଚ୍ଛ ହେବା ପାଇଁ ଯାଇଥିବା ବେଳେ ଜମି ର ଧାନ ଉପରେ ଏକ ନବଜାତ ଶିଶୁ କନ୍ୟା କୁ ଦେଖିଥିଲେ। ଏହାପରେ ସେମାନେ ଗାଁ ର ଅନ୍ୟ ଲୋକଙ୍କୁ ଖବର ଦେଇଥିଲେ । ଲୋକେ ନବଜାତ କୁ ଉଦ୍ଧାର କରି ସ୍ଥାନୀୟ ଥାନାକୁ ଖବର ଦେଇଥିଲେ। ପୋଲିସ ସହାୟତା ରେ ନବଜାତ ଶିଶୁ କନ୍ୟା କୁ ବୁର୍ଲା ଭିମସାର ମେଡିକାଲ ରେ ଭର୍ତ୍ତି କରାଯାଇଛି। ନବଜାତ ର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.