କୋଟି କୋଟି ଟଙ୍କା ନେଇଗଲେ ଅଯୋଗ୍ୟ ହିତଧିକାରୀ!

Published By : Prameya-News7 Bureau | September 03, 2019 IST

ଭୁବନେଶ୍ୱର ୩।୯ - ଅଯୋଗ୍ୟ ହିତାଧିକାରୀ ବଢାଇଲେଣି ଚିନ୍ତା । ସେ କାଳିଆ ଯୋଜନା ହେଉ କି ରାସନକାର୍ଡ ସବୁଠି ଲକ୍ଷଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ଲମ୍ବା ତାଲିକା । ରାସନ କାର୍ଡ ସହ ଆଧାରଲିଙ୍କ୍ ରୁ ଜଣାପଡିଲାଣି ୧୧ ଲକ୍ଷ ଛୁଇଁଲେଣି ଅଯୋଗ୍ୟ ହିତାଧିକାରୀ ।

{"id":152724}

ଏହିସଂଖ୍ୟା ଆହୁରି ବଢିବ ବୋଲି ବି ଆକଳନ କରାଯାଉଛି । ଯଦି ଏହାହୁ ଏ ତାହାଲେ ମାସକୁ ୫ କେଜି ରାସନ ହିସାବରେ ୧୧ଲକ୍ଷରୁ ଅଧିକା ଲୋକ ଫନ୍ଦିଫିକର କରି ରାସନ ହାତେଇ ନେଇଛନ୍ତି । ଅର୍ଥାତ ବର୍ଷକୁ ଅତିକମରେ ୧୫୦ କୋଟି ଟଙ୍କା ଏଦିଗରେ ଅପଚୟ ହୋଇଛି ।  ସେହିଅନୁପାତରେ ଯେବେଠୁ ରାସନ କାର୍ଡରେ ଟଙ୍କିକିଆ ଚାଉଳ ମିଳିଲାଣି ସେବେଠୁ କେତେ ହଜାର କୋଟି ଟଙ୍କା ହେରେଫେର ହେଲାଣି ତାର ହିସାବ ମିଳିବା ମୁସ୍କିଲ ।

{"id":152725}

ଏବେ ପ୍ରଶ୍ନ ଉଠୁଛି ଯେଉଁମାନେ ଅଯୋଗ୍ୟ ହୋଇବି ରାସନ ଉଠାଉଥିଲେ ସେମାନଙ୍କ ବିରୁଦ୍ଧରେ କଣ ପଦକ୍ଷେପ ନେବେ ସରକାର । ନା କେବଳ ନାଁ କାଟି ବସିଯିବେ । ସେହିଭଳି କାଳିଆ ଯୋଜନାରେ ବି ପାଖାପାଖି ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଟଙ୍କା ହାତେଇଛନ୍ତି। ଏବେ ସେ ଟଙ୍କା କିଭଳି ଫେରାଇ ଅଣାଯିବ ତାହା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ବିରୋଧୀ ଏନେଇ ସରକାରଙ୍କୁ ଘେରିଛନ୍ତି।

{"id":152732}

ଏଯାଏଁ କାଳିଆ ଟଙ୍କା ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୫୧ ଲକ୍ଷ ବୋଲି ରାଜ୍ୟ ସରକାର କହୁଛନ୍ତି । ସେପଟେ କିନ୍ତୁ ପିଏମ କିଶାନ ଯୋଜନା ପାଇଁ ରାଜ୍ୟସରକାର ମାତ୍ର ୩୦ଲକ୍ଷ ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି ।

{"id":152727}

ବାକି ୨୧ଲକ୍ଷ ହିତାଧିକାରୀ ଯେଉଁମାନେ କାଳିଆ ଟଙ୍କା ନେଇଛନ୍ତି ସେମାନଙ୍କ ତାଲିକା କାହିଁକି ପିଏମ କିଶାନ ଟଙ୍କାପା ଇଁ  କେନ୍ଦ୍ରକୁ ପଠାଉନାହାଁନ୍ତି ସରକାର ତାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

{"id":152728}

ବିରୋଧୀଙ୍କ ପ୍ରଶ୍ନ ବାକି କାଳିଆ ଟଙ୍କା ନେଇଥିବା ୨୧ଲକ୍ଷ ହିତାଧିକାରୀଙ୍କ କାଗଜପତ୍ର ଠିକ୍ ନାହିଁ କି । ବିଜେଡିର ଯୁକ୍ତି ସବୁ ଚାଷୀ କିଭଳି କାଳିଆଟଙ୍କା ପାଇବେ ସେଥିପାଇଁ ସରକାର ସୁବିଧା କରିଥିଲେ ଏବେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ଚାଲିଛି।

{"id":152729}

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଯେଉଁ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡରୁ ଲାଭ ଉଠାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ଅଛି । ହେଲେ କାଳିଆ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଦଣ୍ଡବ୍ୟବସ୍ଥା କଣ ତାହା କିନ୍ତୁ ସ୍ପଷ୍ଟ ହୋଇନି ।

{"id":152733}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.