Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା, ଅର୍ଥ କିଭଳି ଫେରିବ ଏବେ ସରକାରଙ୍କ ପାଇଁ ଏହା ଅଡୁଆସୂତା

17/09/2019 at 5:02 PM

ଭୁବନେଶ୍ବର ୧୭।୦୯-୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା । ରାଜ୍ୟର ୫୧ ଲକ୍ଷ ୫ ହଜାର ୨୯୦ ଜଣଙ୍କୁ କାଳିଆ ଯୋଜନାରେ ଯେଉଁ  ଟଙ୍କା ଦିଆଯାଇଛି ସେଥିରୁ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ସରକାର ଏହା ଖୋଜି ବାହାର କରିଛନ୍ତି ।

ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ହିସାବରେ ସରକାର ୧୭୦ କୋଟି ଟଙ୍କା ଦେଇଛନ୍ତି । ଏବେ ଯାଞ୍ଚପରେ ଧରା ପଡିଛି ଗଫଲତି । ପ୍ରଶ୍ନ ଉଠୁଛି ଏହି ଟଙ୍କା କିଭଳି ଫେରିବ? ସରକାର ଏଥିରୁ ବର୍ତ୍ତିବା ପାଇଁ ଗଳା ବାଟ ବାହାର କରିଛନ୍ତି ।

ଅଯୋଗ୍ୟ ହିତାଧିକାରୀଙ୍କ ଭିତରୁ କେବଳ ୩ ଲକ୍ଷ ଅଛନ୍ତି ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି । ତେଣୁ ପରବର୍ତ୍ତୀ କାଳିଆ ଟଙ୍କା ସେମାନଙ୍କ  ଆକାଉଣ୍ଟକୁ ନଦେଇ ପରିବାରର ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟରୁ କାଟିବାକୁ ନିଷ୍ପତ୍ତି ନେଇଛି କୃଷି ବିଭାଗ  । ସେହିଭଳି ୯ ହଜାର ନାବାଳକ ଓ ନାବାଳିକାଙ୍କ ନାଁ କୁ ଯେଉଁ ଅର୍ଥ ଯାଇଛି ତାକୁ ମଧ୍ୟ ପରବର୍ତ୍ତୀ କିସ୍ତିରେ ପରିବାର ସଦସ୍ୟଙ୍କ ନାଁରେ ଆଡଜଷ୍ଟ କରାଯିବ । ହେଲେ ବାକି ୨୦ ହଜାର ଚାକିରିଆ ଓ ପେନସନ ଭୋଗୀ ଏବଂ ୧୨ ହଜାର ବଡଚାଷୀଙ୍କ ଆକାଉଣ୍ଟକୁ ଯେଉଁ ଅର୍ଥ ଯାଇଛି ତାହା କିଭଳି ଫେରିବ ତାହା ଅଡୁଆସୂତା ହୋଇ ରହିଛି ।

କାଳିଆ ଟଙ୍କା ପାଇଥିବା ହିତାଧିକାରୀଙ୍କ ତାଲିକା ଯେତେବେଳେ ରାଜ୍ୟ ସରକାର ପିଏମ୍ କିଶାନ ଯୋଜନା ପାଇଁ କେନ୍ଦ୍ରକୁ ଦେଲେନି ସେତେବେଳେ ଅସଲ ବିବାଦ ସାମ୍ନାକୁ ଆସିଥିଲା । ଯେହେତୁ ପିଏମ୍ କିଶାନ ଟଙ୍କା ଯାହା ଆକାଉଣ୍ଟକୁ ଯିବ ତାର ଭେରିଫିକେସନ ଠିକ୍‌ଭାବରେ ହେଉଥିଲା ସେଥିପାଇଁ ରାଜ୍ୟ ସରକାର ପୂରା ତାଲିକା ଦେଇନଥିଲେ । ବିରୋଧି ପ୍ରଶ୍ନ କରିଛନ୍ତି, କଣ ପାଇଁ ସରକାର ଜଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥୁଲେ ଆଉ ଏବେ କହୁଛନ୍ତି ଟଙ୍କା ଫେରାଅ । ଏ ଅବ୍ୟବସ୍ଥା ପାଇଁ ଯେଉଁ ଅଧିକାରୀ ଦାୟୀ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଭରଣା କରିବାକୁ ବିରୋଧି ଦାବି କରିଛନ୍ତି ।

ଅଯୋଗ୍ୟ ହିତାଧିକାରୀ ଦେଶକୁ କାଙ୍ଗାଳ କଲେଣି। ଦେଶ ଏବେ ଆର୍ଥିକ ମାନ୍ଦାବସ୍ଥାରେ ଆଉଟୁ ପାଉଟୁ ହେଉଛି। ଏଣେ ଅଯୋଗ୍ୟ ହିତାଧିକାରୀ ସରକାରୀ ଧନ ଲୁଟ କରୁଛନ୍ତି।  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ରାସନକାର୍ଡ ସହ ଆଧାର ଲିଙ୍କ୍ ପରେ ୧୮ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡିଥିଲେ । ଏମାନଙ୍କ ବାବଦରେ କୋଟି କୋଟି ଖର୍ଚ୍ଚ ହୋଇଛି।  ସେହିପରି କାଳିଆ ଯୋଜନାରେ ୩ଲକ୍ଷ ୪୧ ହଜାର ନେଇଛନ୍ତି ୧୨୦ କୋଟି। ଏଭଳି ଅର୍ଥ ଅପଚୟ ଦେଶକୁ ଅଧିକ ଗରିବ କରୁନାହିଁ କି?

   Related Posts